fbpx

ବଢ଼ିଲା ଖରା, ବଦଳିଲା ସ୍କୁଲ ସମୟ: ସୋମବାରଠୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ

Advertisement

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ସଂପ୍ରତି ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରାଜ୍ୟ ସରକାର ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ ଆଣିଛନ୍ତି । ଏ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ୨ ତାରିଖଠାରୁ ତୃତୀୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ଚାଲୁ ରହିଥିବା ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲୁ ରହିବ ବୋଲି ସେ କହିଛନ୍ତି ।

ସ୍କୁଲ ସକାଳୁଆ ସମୟରେ ପରିବର୍ତ୍ତନ ଆଣିବା ପାଇଁ ଅଭିଭାବକ ମହଲରୁ ଜୋରଦାର ଦାବି ହୋଇଥିଲା । ତେବେ ସରକାର ଗ୍ରୀଷ୍ମ୍ରବାହକୁ ଦୃଷ୍ଟିରେ ରଖି ୨୬ ତାରିଖରୁ ୩୦ ତାରିଖ ଯାଏ ୫ ଦିନ ଧରି ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିଛନ୍ତି । ତେବେ ଏହାପରେ ସରକାର ଛୁଟି ଅବଧି ବଢାଇବେ ନା ୨ ତାରିଖରୁ ନିର୍ଦ୍ଧାରିତ ସମୟ ଅନୁସାରେ ବିଦ୍ୟାଳୟ ଚାଲିବ ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ ।

Get real time updates directly on you device, subscribe now.