fbpx

ଗ୍ରୀଷ୍ମ ଅବକାଶ ପରେ ଆଜିଠୁ ଖୋଲିଲା ସ୍କୁଲ, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ବନ୍ଦ

Advertisement

ଭୁବନେଶ୍ୱର : ଗ୍ରୀଷ୍ମ ଅବକାଶ ପରେ ଆଜି ରାଜ୍ୟର ବିଦ୍ୟାଳୟଗୁଡ଼ିକ ଖୋଲିଛି । ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‍ ଛୁଟି ରହିବ । ଜିଲ୍ଲାପାଳମାନଙ୍କ ନିଷ୍ପତ୍ତି ଅନୁଯାୟୀ ଭଦ୍ରକ, ଗଞ୍ଜାମ, ବରଗଡ଼, ନୂଆପଡ଼ା, ଗଜପତି, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର ଓ ମୟୂରଭଞ୍ଜରେ ସ୍କୁଲ୍‍ଗୁଡ଼ିକ ବନ୍ଦ ରହିବ ।

ବାଲେଶ୍ୱର ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଥିବାରୁ ସେଠାରେ ମଧ୍ୟ ସ୍କୁଲ୍‍ଗୁଡ଼ିକ ବନ୍ଦ ରହିବ । ସେହିପରି କେନ୍ଦ୍ରାପଡ଼ା, ବାଲେଶ୍ୱର, ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାରେ ଆଜି ପାଇଁ ସ୍କୁଲ୍‍ ଛୁଟି ଘୋଷଣା କରାଯାଇଛି । ଅନ୍ୟ କେତେକ ଜିଲ୍ଲାରେ ସ୍କୁଲ୍‍ ସମୟ ସକାଳ ୬ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ନିର୍ଘଣ୍ଟ କରାଯାଇଛି ।

ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ନେଇ ଚିନ୍ତାରେ ସ୍କୁଲ ଓ ଗଣ ଶିକ୍ଷାବିଭାଗ। ଶେଷରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇଛନ୍ତି। ପାଣିପାଗ ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.