fbpx

(Video) କ୍ଲାସରେ ସାର୍ଟ ଖୋଲି ଘୁଙ୍ଗୁଡ଼ି ମାରୁଛନ୍ତି ମାଷ୍ଟ୍ରେ, ପିଲାମାନେ ସ୍କୁଲକୁ କରି ଦେଲେଣି ଗାଈ ଗୁହାଳ

ନୂଆଦିଲ୍ଲୀ: ଅନେକ ସମୟରେ ସରକାରୀ ସ୍କୁଲ ଶିକ୍ଷକଙ୍କ ମନୋମୁଖୀ କାର୍ଯ୍ୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଏକ ଭିଡିଓ ପୁଣି ଥରେ ବିହାରର ଶିକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି । ଜଣେ ଶିକ୍ଷକ ସ୍କୁଲ ବେଞ୍ଚ ଉପରେ ସାର୍ଟ ଖୋଲି ଆରାମରେ ଶୋଇଛନ୍ତି । ସ୍କୁଲ ବୁଡ଼ିଲେ କେତେ ଭାସିଲେ କେତେ ତାଙ୍କର କିଛି ଯାଏ ଆସେ ନାହିଁ ।

ଅନ୍ୟପକ୍ଷରେ ସ୍କୁଲର ପିଲାମାନେ ଅପରିଷ୍କାର ସ୍ଥାନରେ ମଧ୍ୟାହ୍ନଭୋଜନ କରୁଥିବା ଦେଖାଯାଇଥିଲା । ବୈଶାଲୀର ଭିଖନପୁରା ମଧ୍ୟ ବିଦ୍ୟାଳୟରୁ ଏହି ଦୃଶ୍ୟ ସାମ୍ନାକୁ ଆସିଛି । ଗୋଟିଏ ପଟେ ସାର୍ ଆମର ଶୋଇଥିବା ବେଳେ ଅନ୍ୟପଟେ ପିଲାମାନେ ହଙ୍ଗାମା କରିବା ସହ ଖାଦ୍ୟ ନଷ୍ଟ କରି ଆବର୍ଜନାମୟ ସ୍ଥାନରେ ଖାଉଥିଲେ । ତେବେ ଦେହ ଖରାପ ଥିବାରୁ କ୍ଲାସ ରୁମରେ ଶୋଇପଡ଼ିଥିଲେ ବୋଲି ଅଭିଯୁକ୍ତ ଶିକ୍ଷକ ଜଣଙ୍କ କହିଛନ୍ତି ।

ତେବେ ଅଭିଯୁକ୍ତ ଶିକ୍ଷକଙ୍କ ଏହି ମନ୍ତବ୍ୟକୁ ସମର୍ଥନ କରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ଶିକ୍ଷକଙ୍କ ଦେହ ଖରାପ ଥିବାରୁ ସେ ଶୋଇଥିଲେ ବୋଲି ପ୍ରଧାନଶିକ୍ଷକ ଶିକ୍ଷା ଅଧିକାରୀଙ୍କୁ ସ୍ପଷ୍ଟିକରଣ ଦେଇଛନ୍ତି । ତେବେ ଏହି ବିଦ୍ୟାଳୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାଏ । ପୂର୍ବରୁ ସ୍କୁଲ ପରିସରରେ ଅର୍କେଷ୍ଟ୍ରା ଆୟୋଜନ ନେଇ ମଧ୍ୟ ଭିଡିଓ ଭାଇରାଲ ହୋଇଥିଲା ବୋଲ ସ୍ଥାନୀୟ ଲୋକେ କହିଛନ୍ତି ।

Get real time updates directly on you device, subscribe now.