ଡିଜିପି ସମ୍ମିଳନୀକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା, ଆଜି ହାପ୍ ଡେ ସ୍କୁଲ

ଭୁବନେଶ୍ବର: ଆଜିଠୁ ଭୁବନେଶ୍ବରରେ 3ଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ କଡା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ । ଟ୍ରାଫିକ କଟକଣା ସହିତ ସବୁ ସ୍ଥାନରେ ପହରା ଦେଉଛନ୍ତି ପୋଲିସ । ଏହାରି ଭିତରେ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛି । ଭୁବନେଶ୍ବରରେ ଆଜି ହାପ ଡେ ସ୍କୁଲ । ଅର୍ଥାତ ଦିନ 1ଟା ପରେ ଭୁବନେଶ୍ବରରେ ବନ୍ଦ ରହିବ ସମସ୍ତ ସ୍କୁଲ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବିଏମସି ଅଞ୍ଚଶର ସମସ୍ତଚ ସ୍କୁଲ ବନ୍ଦ ରହିବ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କର ଭୁବନେଶ୍ବର ଗସ୍ତ ରହିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଟ୍ରାଫିକ କଟକଣା ଯୋଗୁଁ ଯାତାୟତରେ ପ୍ରଭାବିତ କାରଣରୁ ଦିନ 1ଟା ପରେ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । କହିରଖୁଛୁ କି, ଗୃହମନ୍ତ୍ରୀ ଅମିତ ଶାହ ଅପରାହ୍ନ 1.25 ମିନିଟରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ 4ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ।