fbpx

ଜୁଲାଇ ୩୧ ପରେ ସ୍କୁଲ ଖୋଲିବ

ଭୁବନେଶ୍ୱର,୨୫ ।୬(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ରାଜ୍ୟର ଅବସ୍ଥା ବେହାଲ ହୋଇପଡିଛି । ଅର୍ଥବ୍ୟବସ୍ଥା ସହ ଶିକ୍ଷାବ୍ୟବସ୍ଥା ଉପରେ ଏହାର ଅଧିକ ପ୍ରଭାବ ପଡିଛି । ଏହାରି ମଧ୍ୟରେ ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ତେବେ ମନ୍ତ୍ରୀ କହିଛନ୍ତି ଯେ, ଅନଲାଇନ୍ ପାଠପଢାରେ ଆମେ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିଛୁ । +୨ର ଅବଶିଷ୍ଟ ପରୀକ୍ଷା ଜୁଲାଇରୁ ହେବାର ଥିଲା । ବର୍ତ୍ତମାନ ପରିସ୍ଥିତିରେ ସିଏମଓକୁ ମତାମତ ପାଇଁ ପଠାଇଛୁ । ପରୀକ୍ଷା ପାଇଁ କିଛି ନିଷ୍ପତ୍ତି ନିଆଯାଇଛି । ୬୦ ଲକ୍ଷରୁ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ଆମେ ପହଞ୍ଚିବୁ । କିନ୍ତୁ ପାଠ୍ୟକ୍ରମରେ କ’ଣ ରହିବ, ସେନେଇ କମିଟି ତଦାରଖ କରିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Get real time updates directly on you device, subscribe now.