fbpx

ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି: ଆସନ୍ତାକାଲିଠୁ ଏତିକି ଦିନ ଯାଏଁ ଖୋଲିବନି ସ୍କୁଲ, ଜାଣନ୍ତୁ ପରୀକ୍ଷାର ନିୟମ

ଭୁବନେଶ୍ୱର: କାଲିଠୁ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ । ସରକାରୀ ଏବଂ ବେସରକାରୀ ସବୁ ସ୍କୁଲକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ । ଆସନ୍ତାକାଲିଠୁ ୫ ଦିନ ଅର୍ଥାତ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟରେ ବଢୁଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଏଭଳି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସୂଚନା ଦେଇଛି ।

ତେବେ ଏହି ସମୟ ମଧ୍ୟରେ ମାଟ୍ରିକ ଏବଂ +୨ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପରୀକ୍ଷା ଚାଲୁ ରହିବ ବୋଲି ସୂଚନା ଦେଇଛି ଗଣଶିକ୍ଷା ବିଭାଗ ।

Get real time updates directly on you device, subscribe now.