fbpx

SEBIର ବଡ଼ ନିଷ୍ପତ୍ତି: ବଦଳିଯିବ ଷ୍ଟକ୍ ମାର୍କେଟ ଟାଇମିଂ, ଏଣିକି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଶେୟାର ବଜାର!

Advertisement

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଷ୍ଟକ ଏକ୍ସଚେଞ୍ଜ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଇକ୍ୱିଟି ସେଗମେଣ୍ଟର କାରବାର ସମୟ ବୃଦ୍ଧି କରିବା ନେଇ ପ୍ଲାନିଂ କରୁଛି । ଶେୟାର ମାର୍କେଟରେ ଟ୍ରେଡିଂ ଟାଇମିଂକୁ ବୃଦ୍ଧି ନେଇ ଏହା ପୂର୍ବରୁ ମଧ୍ୟ ଚର୍ଚ୍ଚା ହୋଇଥିଲା । ମାର୍କେଟର କାରବାର ସମୟ ଏବେ ୩.୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଖୁବଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

ଶେୟାର ବଜାର ଟ୍ରେଡିଂ ସମୟରେ ପରିବର୍ତ୍ତନ ନେଇ ପୁଣି ଥରେ ଜୋର ଧରିଛି । ମାର୍କେଟ କାରବାରର ସମୟ ଏବେ ୩.୩୦ରୁ ବୃଦ୍ଧି କରାଯାଇ ସନ୍ଧ୍ୟା ୫ଟା କରାଯାଇପାରେ । ଟାଇମିଂ ବୃଦ୍ଧିର ରୂପରେଖା ଗତ ୨୦୧୮ରେ ବଜାର ନିୟାମକ (ସେବି) ପ୍ରସ୍ତୁତ କରିଥିଲା । ତେଣୁ ଏହା ଉପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ବର୍ତ୍ତମାନ ଭାରତୀୟ ଶେୟାର ବଜାର ସକାଳ ୯.୧୫ରୁ ଖୋଲି ଦ୍ୱିପ୍ରହର ୩.୩୦ ପର୍ଯ୍ୟନ୍ତ ଟ୍ରେଡିଂ ଚାଲୁଛି ।

ଏକ ରିପୋର୍ଟ ମୁତାବକ, ଷ୍ଟକ ମାର୍କେଟରେ କାରବାର ସମୟ ବୃଦ୍ଧି ନେଇ ପ୍ରସ୍ତୁତି ଚାଲିଛି । ତେଣୁ ଟ୍ରେଡିଂ ଟାଇମିଂ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବଢ଼ିପାରେ । ତେବେ ପ୍ରାଥମିକ ଭାବେ ଏହି ପ୍ରସଙ୍ଗରେ ବଜାର ଅଂଶୀଦାରଙ୍କ ସହିତ ଆଲୋଚନା ଆରମ୍ଭ ହୋଇଛି । ଏହା ପୂର୍ବରୁ ଗତ ମାସ ପହିଲାରେ ସେବି ଏକ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଥିଲା । ଯଦି କୌଣସି କାରଣରୁ ଏକ୍ସଚେଞ୍ଜରେ କାର୍ଯ୍ୟ ବାଧିତ ହୁଏ, ତେବେ ମାର୍କେଟ ଅଂଶୀଦାର, ଟ୍ରେଡିଂ ସଦସ୍ୟଙ୍କୁ ୧୫ ମିନିଟ୍ ମଧ୍ୟରେ ସୂଚନା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.