fbpx

ଏହା କ’ଣ ସମ୍ଭବ: ଆମ ସୌର ମଣ୍ଡଳରେ ରହିଛି ଆଉ ଗୋଟିଏ ‘ପୃଥିବୀ’, ବୈଜ୍ଞାନିକଙ୍କୁ ମିଳିଲା ସ୍ପଷ୍ଟ ପ୍ରମାଣ

ନୂଆଦିଲ୍ଲୀ: ଆମ ପୃଥିବୀ ଗ୍ରହର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର । ତେବେ ଆପଣମାନେ ଜାଣନ୍ତି କି, ଆମ ସୌର ଜଗତର ୮ଟି ଗ୍ରହ ମଧ୍ୟରୁ ଶନି ହେଉଛି ଏକ ଗ୍ରହ, ଯାହାର କି ୮୨ଟି ଚନ୍ଦ୍ର ରହିଛନ୍ତି । ତେଣୁ ଶନି ଗ୍ରହକୁ ଏକ ମିନି ସୋଲାର ସିଷ୍ଟମ ବୋଲି କୁହାଯାଇଥାଏ । ଏହି ୮୨ଟି ଚନ୍ଦ୍ରଙ୍କ ମଧ୍ୟରେ ସବୁଠାରୁ ବଡ଼ ଉପଗ୍ରହ ହେଉଛି ଟାଇଟନ, ଯାହାକି ପୃଥିବୀ ପରି ଦୃଶ୍ୟମାନ ହୋଇଥାଏ ।

ତେବେ ଟାଇଟନକୁ ନେଇ ନିକଟରେ ବୈଜ୍ଞାନିକମାନେ ଏକ ନୂଆ ତଥ୍ୟ ପାଇଛନ୍ତି । ଟାଇଟରେ ବର୍ଷା ଭରା ନଦୀ, ହ୍ରଦ, ସମୁଦ୍ର ପରି ପରିବେଶ ରହିଥିବା ଅନୁମାନ କରାଯାଉଛି । ଏନେଇ ପ୍ରମାଣ ହାସଲ କରିଥିବା ଅନୁସନ୍ଧାନକାରୀ ଦାବି କରିଛନ୍ତି । ରିସର୍ଚ୍ଚ ଟିମ୍ ଟାଇଟନର ଜଳବାୟୁ ଓ ବାୟୁରେ ଥିବା ସେଡିମେଣ୍ଟସର ଗତିରୁ ପ୍ରାପ୍ତ କିଛି ତଥ୍ୟକୁ ନିଜର ମଡେଲ ସହିତ ଯୋଡ଼ିଥିଲେ ଓ ଟାଇଟନରେ ଲ୍ୟାଣ୍ଡସ୍କେପ ଉପଲବ୍ଧ ଥିବା ନେଇ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ଭୂମଧ୍ୟ ରେଖା ନିକଟରେ ବାୟୁ ରହିଥିବା ବାୟୁମଣ୍ଡଳୀୟ ମଡେଲିଂ ଓ କ୍ୟାସିନି ମିଶନର ଡାଟାରୁ ସ୍ପଷ୍ଟ ହୋଇଛି ।

ଷ୍ଟାନଫୋର୍ଡ ୟୁନିଭରସିଟିର ଭୂବିଜ୍ଞାନୀ ମାଥ୍ୟୁ ଲାପୋଟ୍ରି କହିଛନ୍ତି ଯେ, ଟାଇଟନରେ ପୃଥିବୀ ପର ସକ୍ରିୟ ସେଡିମେଣ୍ଟାରୀ ସାଇକଲ୍ ଦୃଶ୍ୟମାନ ହେଉଛି, ଯାହାକି ଲ୍ୟାଣ୍ଡସ୍କେପର ମହାକାଶ ବିତରଣ ବିଷୟରେ କିଛି ତଥ୍ୟ ଦେଇପାରିବ । ତେବେ ଏତେ ଦୂରରେ ଆଉ ଗୋଟିଏ ଦୁନିଆ ରହିଛି ଏହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ ।

Get real time updates directly on you device, subscribe now.