fbpx

ଆପଣ ଜନତାଙ୍କ ଜଜ୍ ହୋଇ ରହିବେ…, ପ୍ରଧାନ ବିଚାରପତି ରମଣାଙ୍କ ବିଦାୟରେ କାନ୍ଦି ପକାଇଲେ ବରିଷ୍ଠ ଆଇନଜୀବୀ

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଏନଭି ରମଣାଙ୍କ କାର୍ଯ୍ୟକାଳର ଆଜି ହେଉଛି ଶେଷ ଦିନ। ଏହି ଅବସରରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣିର ସିଧା ପ୍ରସାରଣ କରାଯାଇଛି। ଏହା ବ୍ୟତୀତ ତାଙ୍କ ବିଦାୟରେ ଏକ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସମୟରେ ଅନେକ ଜଜ ଏବଂ ଓକିଲ ରମଣାଙ୍କ ବିଦାୟରେ ଭାବୁକ ନଜର ଆସିଛନ୍ତି। ବରିଷ୍ଠ ଆଡଭୋକେଟ୍ ଦୁଷ୍ୟନ୍ତ ଦୁବେ ଏହି ସମୟରେ ବହୁତ ଭାବୁକ ହୋଇ ପଡିଛନ୍ତି ଏବଂ ତାଙ୍କ ଆଖିରୁ ଲୁହ ଝରି ପଡିଛି। ସେ କହିଛନ୍ତି, ପ୍ରଧାନ ବିଚାରପତି ଏନଭି ରମଣା ନିଜ କାମକୁ ପୂରା ଦୃଢତା ଏବଂ ଇଚ୍ଛାଶକ୍ତିର ସହ କରିଛନ୍ତି। ତାଙ୍କୁ ଜନତାଙ୍କ ଜଜ ଭାବେ ମନେ ପକାଯିବ।

ପ୍ରଧାନ ବିଚାରପତିଙ୍କ ଶେଷ କାର‌୍ୟ୍ୟ ଦିବସରେ ତାଙ୍କ ମାମଲାର ଶୁଣାଣିର ସିଧା ପ୍ରସାରଣ କରାଯାଇଛି। ସକାଳ ୧୦ଟା ୩୦ରେ ନୂତନ ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଏବଂ ବିଚାରପତି ହିମା କୋହଲିଙ୍କ ସହିତ ମାମଲାର ଶୁଣାଣି କରିଛନ୍ତି। ଏନଭି ରମଣାଙ୍କୁ ଅଦାଲତର କାମରେ ସୁଧାର ଆଣିବାରେ ମଧ୍ୟ ମନେ ରଖାଯିବ। ନିଜର ଏକ ବର୍ଷ ଚାରି ମାସର କାର‌୍ୟ୍ୟକାଳରେ ଜଜଙ୍କ ଖାଲି ପଦକୁ ଭରିବାର କାମ କରିଛନ୍ତି। ତାଙ୍କ ସମୟରେ ଅଦାଲତ ଏବଂ ହାଇକୋର୍ଟଗୁଡିକରେ ଜଜଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି।

ପ୍ରଧାନ ବିଚାରପତି ଭାବେ ନିଜ କାର‌୍ୟ୍ୟକାଳରେ ଏନଭି ରମଣା ୨୨୫ ନ୍ୟାୟିକ ଅଫିସର ଏବଂ ହାଇକୋର୍ଟର ଜଜଙ୍କ ନିଯୁକ୍ତିର ସୁପାରିଶ କରିଛନ୍ତି। ତାଙ୍କ କାର‌୍ୟ୍ୟକାଳ ସମୟମରେ ସୁପ୍ରିମକୋର୍ଟରେ ୧୧ ଜଜଙ୍କ ନିଯୁକ୍ତି ଦିଆଯାଇଛି। ସେଥିରେ ଜଣେ ମହିଳା ଜଜ ବିଭି ନାଗରତ୍ନା ମଧ୍ୟ ସାମିଲ୍। ଏହାବାଦ ରମଣାଙ୍କ କାର‌୍ୟ୍ୟକାଳରେ ୧୫ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଏନଭି ରମଣା ନିଜର ମୁଖରତା ପାଇଁ ମଧ୍ୟ ପରିଚିତ ରହିବେ।

 

 

Get real time updates directly on you device, subscribe now.