ଭୁବନେଶ୍ୱର: ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଭାବେ ପରିଚିତ ଅଜିତ ମହାନ୍ତଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ୭୩ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି । ତେବେ ଅଜିତ ମହାନ୍ତି ‘ଧରିତ୍ରୀ’ ଏବଂ ସମୟ ପରି ବଡ ସମ୍ବାଦପତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିଲେ । କିନ୍ତୁ ଆଜି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ନ୍ୟୁ ଭୁବନେଶ୍ୱର କ୍ଲବର ସମ୍ପାଦକ ଶ୍ରୀ ବିଦ୍ୟାଧର ବାରିକ । ଏଭଳି ଜଣେ ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ସମସ୍ତ ଗଣମାଧ୍ୟମରେ ଖେଳିଯାଇଛି ଶୋକର ଛାୟା । ଅନ୍ୟାନ୍ୟ ସାମ୍ବାଦିକ ସାଥୀମାନେ ତାଙ୍କ ଦେହାନ୍ତ ପାଇଁ ଶୋକ ପ୍ରକାଶ କରିଛନ୍ତି । ତେବେ ତାଙ୍କର ମୃତ୍ୟୁ ପରେ ଗଣମାଧ୍ୟମ ଜଗତ ଏବଂ ଏହି ବିଭାଗ ପାଇଁ ଏକ ବଡ ଅପୁରଣୀୟ କ୍ଷତି ସୃଷ୍ଟି ହୋଇଛି ।