fbpx

ହିଣ୍ଡାଲକୋ ହୀରାକୁଦ ତରଫରୁ ସିଲାଇ ଶିକ୍ଷା କେନ୍ଦ୍ର ଉଦଘାଟିତ

ହୀରାକୁଦ: ହିଣ୍ଡାଲକୋ ହୀରାକୁଦ ତରଫରୁ ସିଲାଇ ଶିକ୍ଷାକେନ୍ଦ୍ରକୁ ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବରେ ହିଣ୍ଡାଲକୋ କଂପ୍ଲେକ୍ସର ମାନବ ସମ୍ବଳ ମୁଖ୍ୟ କ୍ରିଷ୍ଣା ପାଢ଼ୀ ଉଦ୍ଘାଟିତ କରିଛନ୍ତି । ଏହି ଉତ୍ସବରେ ବରିଷ୍ଠ ନାଗରିକ ସଭାପତି ସୁରେନ୍ଦ୍ର ଚୂବେ, ଉପସଭାପତି ନିମୁଲ କୁମାର , ନେତ୍ରାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ,  କ୍ରିଷ୍ଣା ପାଢ଼ୀ ସିଲାଇ ଶିକ୍ଷା କରିବାକୁ ଥିବା ମହିଳାମାନଙ୍କୁ ଭଲଭାବେ ଟ୍ରନିଂ ନେବା ପାଇଁ ଉପଦେଶ ଦେଇଥିଲେ । ଭଲଭାବେ ଶିକ୍ଷାନେଇ ରୋଜଗାରକ୍ଷମ ହେବାପାଇଁ ଉପଦେଶ ଦେଇଥିଲେ ।ହିଣ୍ଡାଲକୋ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ତାର କାର୍ଯ୍ୟକ୍ରମ ଜାରିରଖିବା ନେଇ ଏହି ଉଦଘାଟନ ଉତ୍ସବରେ କହିଥିଲେ ।

ବରିଷ୍ଠ ନାଗରିକ ସଂଗଠନ ସଭାପତି ହିଣ୍ଡାଲକୋର ଜନହିତକାରୀ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ, ବରିଷ୍ଠ ନାଗରିକ ସଂଗଠନ ଉପସଭାପତି ନେମୁଏଲ କୁମାର ଓ ନେତ୍ରାନନ୍ଦ ପ୍ରଧାନ ମଧ୍ୟ ହିଣ୍ଡାଲକୋର ଜନହିତକର କାର୍ଯ୍ୟକ୍ରମକୁ ସମର୍ଥନ କରିବା ସହିତ ଶିକ୍ଷାନେଉଥିବା ଝିଅମାନେ ଏହାର ପୂର୍ଣ୍ଣସଦୂପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ହିଣ୍ଡାଲକୋ ସମ୍ବଲପୁର କ୍ଲଷ୍ଟର ମୁଖ୍ୟ ଶ୍ରୀଯୁକ୍ତ କୈଳାଶ ପାଣ୍ଡେଙ୍କ ମାର୍ଗଦର୍ଶନରେ ଚାଲୁରହିଛି, ହୀରାକୁଦର ବହୁ ଝିଅପିଲାଙ୍କୁ ସିଲାଇ ଶିକ୍ଷା ହିଣ୍ଡାଲକୋ ତରଫରୁ ଦିଆଗଲାଣି ଏହା ଅନବରତ ଚାଲୁରହିବ ଏହାଦ୍ୱାରା ମହିଳାମାନେ ସ୍ୱରୋଜଗାରକ୍ଷମ ହୋଇଯାଇପାରିବେ ଏହି ଲକ୍ଷ୍ୟ ନେଇ ହିଣ୍ଡାଲକୋ ତାର କାର୍ଯ୍ୟକ୍ରମ ଜାରି ରଖିବ ବୋଲି କ୍ଲଷ୍ଟର ମୁଖ୍ୟ ମାର୍ଗଦର୍ଶନ ରହିଆସୁଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁକାନ୍ତ ମହାପାତ୍ର, ଶ୍ରୀ କ୍ରିଷ୍ଣା ପାଣ୍ଡେ, ଶ୍ରୀ ସରୋଜ ଆଚାର୍ଯ୍ୟ , ସୁଶ୍ରୀ ଜୟଶ୍ରୀ ରାଓ, ଶ୍ରୀ ସନ୍ତୋଷ ତ୍ରିପାଠୀ , ଶ୍ରୀମତୀ ଅଳକା ରାଣୀ ବାରିକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Get real time updates directly on you device, subscribe now.