fbpx

Gay ରୂପରେ ଆସିଥିଲେ ଶାହରୁଖ… ଲୁକ୍-ଅନ୍ଦାଜ ଦେଖି କିଙ୍ଗ ଖାନଙ୍କୁ ଚିହ୍ନିବା ବି ମୁସ୍କିଲ

ମୁମ୍ବାଇ: ବଲିଉଡ ସିନେ ଇଣ୍ଡଷ୍ଟ୍ରିର ରୋମାନ୍ସ କିଙ୍ଗ ଶାହରୁଖ ଖାନ୍ ବର୍ତ୍ତମାନ ସୁପରଷ୍ଟାର ପାଲଟି ସାରିଛନ୍ତି । ଶାହରୁଖଙ୍କ ନାମରେ ହିଁ ଫିଲ୍ମ ସୁପରହିଟ୍ ହୋଇପାରୁଛି । ଗତ ୨ ବର୍ଷ ମଧ୍ୟରେ ଶାହରୁଖ ଖାନ୍ ଅନେକ ସୁପରହିଟ ସିନେମା ଭେଟି ଦେଇଛନ୍ତି । ବିଭିନ୍ନ ଚଳଚ୍ଚିତ୍ରରେ ସେ ଭିନ୍ନ ଧରଣର ଲୁକ୍ ଏବଂ ଷ୍ଟାଇଲ ଫ୍ୟାନ୍ସମାନଙ୍କୁ ଦେଖାଇଛନ୍ତି । କିନ୍ତୁ ଶାହରୁଖ ପ୍ରଥମେ ହିନ୍ଦୀ ସିନେମାରେ ଡେବ୍ୟୁ କରି ନଥିଲେ । ପ୍ରଥମେ ସେ ଇରାଜୀ ସିନେମାରେ କାମ କରିଥିଲେ । ଏହି ଫିଲ୍ମରେ ଫ୍ୟାନ୍ସ ତାଙ୍କୁ ଜଣେ ଗେ’ ଚରିତ୍ରରେ ଦେଖିବାକୁ ପାଇଥିଲେ । ଏହି ଫିଲ୍ମର କିଛି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇଣ୍ଟରନେଟରେ ବର୍ତ୍ତମାନ ବଲିଉଡର କିଙ୍ଗ ଖାନ୍ ଶାହରୁଖଙ୍କ କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ଏଥିରେ କିଙ୍ଗ ଖାନ ଏକ ଅଜବ ଲୁକରେ ନଜର ଆସିଛନ୍ତି । ଶାହରୁଖଙ୍କୁ ଏହି ସିନେମାରେ ଜଣେଶ ଗେ’ ବା ସମଲିଙ୍ଗୀ ବ୍ୟକ୍ତିଙ୍କ ଚରିତ୍ରରେ ସୁଯୋଗ ମିଳିଥିଲା । ଶାହରୁଖଙ୍କ ଏହି ଚରିତ୍ରକୁ ଦେଖି ବର୍ତ୍ତମାନ ତାଙ୍କ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ସିନେମାରେ ଜଣେ ଆଦର୍ଶବାଦୀ ଛାତ୍ର ଆନନ୍ଦ ଗୋଭର/ଏନୀ(ଅର୍ଜୁନ ରାଇନା)ଙ୍କ କାହାଣୀ ଦର୍ଶାଯାଇଛି । ପ୍ରଦୀପ କିସନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିନେମା ‘In Which Annie Gives It Those Ones’କୁ ଦୁଇଟି ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା । ଏହି ସିନେମା ୧୯୮୯ ମସିହାରେ ରିଲିଜ ହୋଇଥିଲା ।

ତେବେ ଏହାର ୧ ବର୍ଷ ପୂର୍ବରୁ ଶାହରୁଖ ଖାନ୍ ମନୋରଞ୍ଜନ ଦୁନିଆରେ ପାଦ ଥାପି ସାରିଥିଲେ । ଲୋକପ୍ରିୟ ଟିଭି ଧାରାବାହିକ ‘ଫୌଜୀ’ରୁ ଅଭିନୟ ଆରମ୍ଭ କରିଥିଲେ କିଙ୍ଗ ଖାନ୍ । ଏହାପରେ ସେ ‘ଉମ୍ମିଦ୍’, ‘ବାଗଲେ କି ଦୁନିଆ’ ଏବଂ ଅଜିଜ ମିର୍ଜାଙ୍କ ‘ସର୍କସ’ ଭଳି ଅନେକ ଟିଭି ସିରିଏଲରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସମୟରେ ଶାହରୁଖ ଭାରତ ଏବଂ ଭାରତ ବାହାରେ ଅନେକ ଲୋକପ୍ରିୟତା ହାସଲ କରି ସାରିଛନ୍ତି । କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶାହରୁଖଙ୍କ ଏହି ଫିଲ୍ମର ଦୃଶ୍ୟ ଦେଖି ତାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କୁ ଚିହ୍ନି ପାରିନାହାନ୍ତି ।

Get real time updates directly on you device, subscribe now.