‘ମୁଁ ସେଟରେ…’, ନିଜ ଶେଷ ନିଃଶ୍ୱାସ କିପରି ତ୍ୟାଗ କରିବେ ଶାହରୁଖ, ସାକ୍ଷାତକାରରେ କଲେ ବଡ଼ ଖୁଲାସା

ମୁମ୍ବାଇ: ବଲିଉଡର ରୋମାଣ୍ଟିକ ହିରୋ ଭାବେ ପରିଚିତ ଶାହରୁଖ ଖାନ୍ । ସେ ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ତାଙ୍କ ନିକ୍ଷୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଫ୍ୟାନ୍ ସଂଖ୍ୟା ଅନେକ । ନିକଟରେ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲରେ ଶାହରୁଖ ଖାନଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା ।

ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲର ୟୁଟ୍ୟୁବ ଚ୍ୟାନେଲର ଏକ ସାକ୍ଷାତକାରରେ ବଲିଉଡର ବାଦଶାହ ନିଜ ମରିବା ଇଚ୍ଛାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି କି ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସେ କାମ କରିବାକୁ ଚାହୁଁଛନ୍ତି । ଶାହରୁଖ କହିଥିଲେ ସିରିଏଲରେ ଭୂମିକା କରିବାକୁ ତାଙ୍କୁ ପସନ୍ଦ ନୁହେଁ । ସେ ଏଭଳି ଭୂମିକା ତୁଲାଇବାକୁ ଚାହୁଁଛନ୍ତି ଯେଉଁଥିରେ ସେ ଜୀବନକୁ ସେଲିବ୍ରେଟ୍ କରିପାରିବେ । ଏହି ସାକ୍ଷାତକାରରେ ସେ ତାଙ୍କ ଭବିଷ୍ୟ ଯୋଜନା ଉପରେ ଆଲୋକପାତ କରିଥିଲେ । ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲରେ ଶାହରୁଖଙ୍କୁ ପଚରାଯାଇଥିଲା କି ସେ କ’ଣ ସବୁବେଳେ ଅଭିନୟ କରିବାକୁ ପସନ୍ଦ କରିବେ ? ଉତ୍ତରରେ ଶାହରୁଖ କହିଥିଲେ ‘ହଁ’ । ତାଙ୍କର ସ୍ୱପ୍ନ ଅଛି କି କେହି ଜଣେ ଆକ୍ସନ କହୁ ଆଉ ସେ ମରିଯିବେ । ସେହି ବ୍ୟକ୍ତି କଟ୍ କହିଲେ ମୁଁ ଆଉ କେବେ ଉଠିବି ନାହିଁ । କହିରଖୁଛୁ ଆଗାମୀ ବର୍ଷ ଶାହରୁଖ ସୁଜୟ ଘୋଷଙ୍କ ଫିଲ୍ମ ‘କିଙ୍ଗ’ରେ ନଜର ଆସିବେ । ଏଥିରେ ସେ ପ୍ରଥମ ଥର ପାଇଁ ତାଙ୍କ ଝିଅ ସୁହାନା ସହ କାମ କରିବେ ।

Get real time updates directly on you device, subscribe now.