ପରଲୋକରେ ଶାହରୁଖଙ୍କ ଗୁରୁ: ଅତୀତର କଥା ଭାବି ଭାବବିହ୍ୱଳ ହେଲେ କିଙ୍ଗ ଖାନ୍

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର । ଜଣେ ନିକଟ ସମ୍ପର୍କୀୟଙ୍କୁ ହରାଇ ଗଭୀର ଭାବେ ମର୍ମାହତ ହୋଇପଡ଼ିଛନ୍ତି ଶାହରୁଖ । ସ୍କୁଲ ସମୟର ଗୁରୁ ତଥା ଦିଲ୍ଲୀର ସେଣ୍ଟ କୋଲମ୍ବା ସ୍କୁଲର ସମ୍ମାନିତ ଶିକ୍ଷକ ଭାଇ ଏରିକ ଷ୍ଟିଭନ ଡିସୂଜା ଆଉ ନାହାନ୍ତି । ଅକ୍ଟୋବର ୧୩ ତାରିଖରେ ଗୋଆରେ ଡି’ସୂଜାଙ୍କର ବିୟୋଗ ଘଟିଥିବା ଜଣାପଡ଼ିଛି । ଡିମେନ୍ସିଆରେ ସଂକମିତ କାରଣରୁ ଡି’ସୂଜାଙ୍କ ଅବସ୍ଥା ଗମ୍ଭୀର ରହିଥିଲା ଓ ସେ କଥାବାର୍ତ୍ତା କରିବାରେ ଅସମର୍ଥ ହୋଇପଡ଼ିଥିଲେ ।

ଶାହରୁଖଙ୍କ ଜୀବନରେ ଡି’ସୂଜାଙ୍କର ଏକ ବିଶେଷ ଅବଦାନ ରହିଥିଲା । ଶାହରୁଖ ତାଙ୍କୁ ସର୍ବଦା ନିଜର ମାର୍ଗଦର୍ଶକ ଓ ପ୍ର୍ର୍ରେରଣାର ସ୍ରୋତ ଭାବୁଥିଲେ । ଡି’ସୂଜାଙ୍କୁ ନେଇ ଶାହରୁଖ ଏକଦା ଏକ ରିୟଲିଟୀ ଶୋ’ରେ କହିଥିଲେ, ‘ଯଦି ମୁଁ ମୋର ନିଜ ପିତା-ମାତାଙ୍କ ପରେ କାହାକୁ ନିଜର ଆଦର୍ଶ ବୋଲି ଭାବୁଛି, ତେବେ ସେ ହେଉଛନ୍ତି ଭାଇ ଡି’ସୂଜା ।’ ଜୀବନର ଶେଷ ସମୟରେ ଶାହରୁଖଙ୍କୁ ଥରେ ଭେଟିବା ପାଇଁ ଡି’ସୂଜାଙ୍କର ଆଶା ରହିଥିଲା, ମାତ୍ର ତାହା ଅଧୁରା ରହିଗଲା । ଡି’ସୂଜାଙ୍କର ଅନ୍ତିମ ଇଚ୍ଛାକୁ ସମ୍ମାନ ଦେଇ ତାଙ୍କର ପାର୍ଥିବ ଶରୀର ଆସନ୍ତା ୧୫ ତାରିଖରେ ସେଣ୍ଟ ଏଡମଣ୍ଡସ ନିଆଯିବା ଓ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ।

Get real time updates directly on you device, subscribe now.