fbpx

ନୂଆ ଅବତାରରେ ଶାହରୁଖ୍ ଖାନ୍‌, ଭାଙ୍ଗିବ କି ବକ୍ସ ଅଫିସ୍ ରେକର୍ଡ !

ନୂଆଦିଲ୍ଲୀ : ବଲିଉଡ୍ ର କିଙ୍ଗ ଖାନ୍ ଶହାରୁଖ ଅନେକ ବର୍ଷ ଧରି ବଲିଉଡରେ କାମ କରିଆସୁଛନ୍ତି । ନିକଟରେ ଦୀପିକାଙ୍କ ସହ ପଠାନ ଫିଲ୍ମ ବକ୍ସ ଅଫିସ୍ ରେ ହିଟ୍ ସାବ୍ୟସ୍ତ ହୋଇଛି । ବୟସର ବିଭିନ୍ନ ପର୍ଯ୍ୟାୟରେ ଭିିନ୍ନ ଭିନ୍ନ ରୂପରେ ଆମେ ତାଙ୍କୁ ଦେଖିଛ । କେତେବେଳେ ଲମ୍ବା କେଶରେ, କେବେ ପନିଟେଲ ରେ ଏବଂ ପ୍ରତ୍ୟେକ ଲୁକରେ ପ୍ରଶଂସକମାନେ କେବଳ ତାଙ୍କୁ ଭଲପାଇବା ଦେଇଛନ୍ତି । କିନ୍ତୁ ଆମେ ଆପଣଙ୍କୁ ଶାହାରୁଖଙ୍କ ଏପରି ଲୁକ୍ ଦେଖାଇବାକୁ ଯାଉଛୁ, ଯାହା ଆପଣ ପୂର୍ବରୁ କେବେ ଦେଖିଥିବେ ।

ପ୍ରଥମେ ଶାହାରୁଖ ଖାନଙ୍କ ଏହି ଫଟୋଟି ଉପରେ ନଜର ପକାନ୍ତୁ । ଛୋଟ ଛୋଟ କେଶ ଏବଂ ହାଲକା ଦାଢିରେ ଶାହାରୁଖ ଖାନ ନଜର ଆସିଛନ୍ତି । ଆଇବ୍ରୋଜ୍ ରେ ମଧ୍ୟ ଏକ କଟ୍ ହୋଇଛି । ଗୋଟିଏ କାନରେ ଛୋଟ ଟପ୍ ମଧ୍ୟ ପିନ୍ଧିଛନ୍ତି । ବେକ ପାଖରେ ଟାଟୁ ଏବଂ ଆଖି ଦୁଇଟି ହାଲୁକା ନୀଳ ଆଖି ରଙ୍ଗର ଦେଖାଯାଉଛି । ଏହି ଫଟୋରେ ସବୁକିଛି ନୂଆ ଦେଖାଯାଉଛି କିନ୍ତୁ ଶାହରୁଖ ଖାନ୍ ଙ୍‌କ ଅନ୍ଦାଜକ୍ ସେଇ ପୁରୁଣା । ଏଥିରେ ସେ ଜଣେ ହଲିଉଡ ଅଭିନେତା ପରି ଦେଖାଯାଉଛନ୍ତି, କିନ୍ତୁ ବାସ୍ତବ ଜୀବନରେ ସେପରି ଚେହେରା କେବେ ଦେଖିବାକୁ ପାଇ ନାହାଁନ୍ତି, କାରଣ ଏହା ହେଉଛି ଏଡିଟେଡ୍ ଫଟୋ ।
ଏହି ଫଟୋକୁ ଶାହାରୁଖ ଖାନଙ୍କ ଜଣେ ପ୍ରଶଂସକ ସେୟାର କରିଛନ୍ତି ଏବଂ ‘ଜୱାନ’ରେ ଫିଲ୍ମରେ ଶାହରୁଖ ଖାନ୍ ଙ୍କ ଏଭଳି ଲୁକ୍ ହେବ ବୋଲି ଲେଖିଛନ୍ତି। ତେଣୁ ଏହା ଉପରେ ତାଙ୍କ ପ୍ରଶଂସକଙ୍କ ପ୍ରତିକ୍ରିୟା ମିଳିଛି । ଜଣେ ଫ୍ୟାନ୍ ଲେଖିଛନ୍ତ ଯେ ଯଦି ଶାହାରୁଖ ଏହି ଲୁକ୍ ରେ ଆସିବେ ତେବେ, ତେବେ ବକ୍ସ ଅଫିସ୍ ରେ ସମସ୍ତ ରେକର୍ଡ ଭାଙ୍ଗିଯିବ । କିଛି ଲୋକ ଏହାକୁ ନାପସନ୍ଦ ମଧ୍ୟ କରଛନ୍ତି ।

Get real time updates directly on you device, subscribe now.