fbpx

ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର ; କଂଗ୍ରେସ ନେତା ନୱାବ ମଲିକଙ୍କ ସୂଚନା

ମୁମ୍ବାଇ ୧୨ା୪ (ଓଡିଶା ଭାସ୍କର) : ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଜାତୀୟ କଂଗ୍ରେସ ଦଳର ସୁପ୍ରିମୋ ଶରଦ ପାୱାର । ଗତକାଲି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ପାୱାରଙ୍କ ଗଲ୍ ବ୍ଲାଡ଼ରେ ଆଜି ଅପରେସନ୍ ହେବ ବୋଲି କଂଗ୍ରେସ ନେତା ନୱାବ ମଲିକ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ ଗତ ମାସ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ଶରଦ ପାୱାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କ ଅବସ୍ଥା ସୁଧାର ଆସିବା ପରେ ଡ଼ାକ୍ତର ତାଙ୍କୁ ଡ଼ିସଚାର୍ଜ କରି ୭ ଦିନ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିଲେ । ପରେ ତାଙ୍କର ଅପରେସନ୍ ହେବ ବୋଲି ମଧ୍ୟ ଡ଼ାକ୍ତର କହିଥିଲେ । ଡ଼ାକ୍ତରଙ୍କ ନିଷ୍ପତ୍ତି ଅନୁସାରେ ଆଜି ଶରଦ ପାୱାରଙ୍କ ଅପରେସନ୍ ହେବାର ସୂଚନା ରହିଛି ।

Get real time updates directly on you device, subscribe now.