ସେୟାର ବଜାରରେ ନିବେଶ କରୁଥିବା ଲୋକ ସାବଧାନ! “Rich Dad Poor Dad” ର ଲେଖକ କଲେ ଏପରି ଭବିଷ୍ୟବାଣୀ, ଲୋକେ ଛାନିଆ

ଫେବୃଆରୀରେ ଷ୍ଟକ୍ ବଜାର ଇତିହାସରେ ସବୁଠାରୁ ବଡ଼ ହ୍ରାସ ଦେଖାଯିବ. ଆପଣଙ୍କୁ ସତର୍କ ରହିବାକୁ ପଡିବ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଷ୍ଟକ୍ ମାର୍କେଟ ନିବେଶକ, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ । ପ୍ରକୃତରେ, ବିଶ୍ୱ ପ୍ରସିଦ୍ଧ ଏବଂ ବେଷ୍ଟସେଲର ପୁସ୍ତକ ‘ରିଚ୍ ଡ୍ୟାଡ୍ ପୁଅର ଡ୍ୟାଡ୍’ ଲେଖକ ଏବଂ ଆମେରିକୀୟ ବ୍ୟବସାୟୀ ରବର୍ଟ କିୟୋସାକି ଷ୍ଟକ୍ ମାର୍କେଟ ବିଷୟରେ ଏକ ଭବିଷ୍ୟବାଣୀ କରିଛନ୍ତି । କିୟୋସାକି କହିଛନ୍ତି ଯେ, ଫେବୃଆରୀରେ ଷ୍ଟକ୍ ବଜାର ଇତିହାସରେ ସବୁଠାରୁ ବଡ଼ ହ୍ରାସ ଦେଖାଯିବ ।

ଆମେରିକୀୟ ବ୍ୟବସାୟୀ ଟ୍ୱିଟ୍ କରି କହିଛନ୍ତି େ. ଫେବୃଆରୀ ୨୦୨୫ ରେ ସେୟାର ବଜାରରେ ସବୁଠାରୁ ବଡ଼ ହ୍ରାସ ଆଶା କରାଯାଉଛି । ବିଶେଷ କଥା ହେଉଛି କିୟୋସାକି ୨୦୧୩ରେ ଲିଖିତ ତାଙ୍କର ପୁସ୍ତକ “ରିଚ୍ ଡ୍ୟାଡ୍ସ ପ୍ରୋଫେସି’ରେ ଏ ବିଷୟରେ ଚେତାବନୀ ଦେଇଥିଲେ ।

କିୟୋସାକି କହିଛନ୍ତି ଯେ, “ରିଚ୍ ଡ୍ୟାଡ୍ସ ପ୍ରୋଫେସି-୨୦୧୩ରେ, ମୁଁ ସତର୍କ କରିଦେଇଥିଲି ଯେ ଇତିହାସର ସବୁଠାରୁ ବଡ଼ ଷ୍ଟକ୍ ବଜାର କ୍ରାସ୍ ହେବାକୁ ଯାଉଛି । ଏହି କ୍ରାସ୍ ଫେବୃଆରୀ ୨୦୨୫ ରେ ଘଟିବ । ଭଲ ଖବର ହେଉଛି ଯେ କ୍ରାସ୍ ସମୟରେ ସବୁକିଛି ଶସ୍ତାରେ ମିଳିଯାଏ । ଗାଡ଼ି ଏବଂ ଘର ଶସ୍ତା ମୂଲ୍ୟରେ ଉପଲବ୍ଧ ହେବ ।’

କ୍ରିପ୍ଟୋ, ସୁନା ଏବଂ ରୂପା ଉପରେ ଲଗାନ୍ତୁ:
ଆମେରିକୀୟ ବ୍ୟବସାୟୀ ଆହୁରି କହିଛନ୍ତି, “ଆହୁରି ଭଲ ଖବର ହେଉଛି ଯେ କୋଟି କୋଟି ଟଙ୍କା ଷ୍ଟକ୍ ଏବଂ ବଣ୍ଡ ବଜାରରୁ ବାହାରି ବିଟକଏନ୍ ରେ ନିବେଶ କରାଯିବ । ବିଟକଏନ୍ ଦ୍ରୁତ ଗତିରେ ବୃଦ୍ଧି ପାଇବ । ସୁଯୋଗ ଥିବା ପର୍ଯ୍ୟନ୍ତ ସାମିଲ ହୁଅ । ନକଲି ଜିନିଷରୁ ବାହାରି କ୍ରିପ୍ଟୋ, ସୁନା ଏବଂ ରୂପାରେ ନିବେଶ କରନ୍ତୁ ।