fbpx

ସମୁଦ୍ରର ଶାର୍କ ଭୂମି ଉପରେ ଚାଲୁୁଛି, ଆଗାମୀ ଦିନରେ ମାଛମାନେ ମଣିଷକୁ ସ୍ଥଳଭାଗରେ ଆକ୍ରମଣ କରିବେ! ନୂଆ ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ସମୁଦ୍ରରେ ପହଁରୁଥିବା ଶାର୍କ ଏବେ ମାଟି ଉପରେ ଚାଲିବାର ଦେଖିବାକୁ ମିଳୁଛି । ଜଳବାୟୁ ପରିବର୍ତ୍ତନ ପାଇଁ ଏଭଳି ଘଟୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ ଶାର୍କର ସ୍ଥଳଭାଗରେ ଚାଲିବାର ଏକ ଭିଡିଓ ପ୍ରସ୍ତୁତ କରାଯାଇଛି । ଯଦି ଏପରି ସ୍ଥିତି ଜାରି ରୁହେ, ତେବେ ଆସନ୍ତା କିଛି ବର୍ଷ ମଧ୍ୟରେ ଶାର୍କ ପାଇଁ ମଣିଷ ସ୍ଥଳଭାଗରେ ରହିବାକୁ ଜାଗା ପାଇ ନପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି ।

ସାଧାରଣ ଭାବେ ସମୁଦ୍ରରେ ପହଁରୁଥିବା ଶାର୍କ ମାଛ ବେଳେବେଳେ ମଣିଷ ଉପରେ ଆକ୍ରମଣ କରିଥାଏ । ତେବେ ଭବିଷ୍ୟତରେ ଶାର୍କ ସ୍ଥଳ ଭାଗରେ ମଣିଷକୁ ଦୌଡ଼ାଇ ଦୌଡ଼ାଇ ଆକ୍ରମଣ କରିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ଭବିଷ୍ୟତରେ ଏପରି କିଛି ସ୍ଥାୟୀ ବିକାଶ ହୋଇପାରେ । ତେବେ ଶାର୍କ ଏପରି ଜାଣିଶୁଣି କରୁନାହିଁ । ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସେ ଏପରି କରିବାକୁ ବାଧ୍ୟ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି ।

ଗତ ମେ ମାସ ୩ ତାରିଖରେ ଫ୍ଲୋରିଡ଼ାର ଅଟଲାଣ୍ଟିକ ୟୁନିଭରସିଟିର ଜଣେ ବୈଜ୍ଞାନିକ ଏକ ରିସର୍ଚ୍ଚ ପାଇଁ ଶାର୍କର ରେକର୍ଡିଂ କରୁଥିଲେ । ତେବେ ଏହି ସମୟରେ ସେ କିଛି ଅଜବ ଦୃଶ୍ୟକୁ ଦେଖିଥିଲେ । ଶାର୍କକୁ ଚାଲିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଦୃଶ୍ୟ ନିଶ୍ଚିତ ଭାବେ ଏକ ଭୟାନକ ଘଟଣା ଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୂମି ଉପରେ ଚାଲୁଥିବା ଶାର୍କର ଆକାର ଏତେ ବଡ଼ ନଥିଲା, ତାହା ମାତ୍ର ୩ ଫୁଟ ଲମ୍ବ ବିଶିଷ୍ଟ ଥିଲା ।

ଯଦି ମାଛମାନେ ଚାଲିବା ଶିଖିଯିବେ ତେବେ ଭବିଷ୍ୟତରେ ସେମାନେ ପାଣିରୁ ବାହାରି ଆସି ମଣିଷ ଉପରେ ଆକ୍ରମଣ କରିପାରନ୍ତି । ତେବେ ସମୁଦ୍ର କ୍ରମାଗତ ଭାବେ ଗରମ ହେବା କାରଣରୁ ଅକ୍ସିଜେନର ସ୍ତର କମ୍ ହୋଇଥାଏ । ତେଣୁ ସେମାନେ ଲହରୀ ସହିତ କୂଳ ଆଡ଼କୁ ଚାଲି ଆସିଥାନ୍ତି ବୋଲି କୁହାଯାଉଛି । ଶାର୍କ ଉପରେ କରାଯାଇଥିବା ଏହି ରିସର୍ଚ୍ଚରୁ ପ୍ରଥମ ଥର ପାଇଁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.