ବିଳାସପୂର୍ଣ୍ଣ କାରର ରହିଛି ସଉକ… ଗୋଟିଏ ଫିଲ୍ମ ପାଇଁ ୪ କୋଟି ନେଇଥାନ୍ତି ଏହି ସାଉଥ୍ ଅଭିନେତ୍ରୀ

ଓଡ଼ିଶା ଭାସ୍କର: ଦକ୍ଷିଣ ଭାରତୀୟ ଅଭିନେତ୍ରୀ କୀର୍ତ୍ତି ସୁରେଶ ତାମିଲ, ମଲୟାଲମ ଏବଂ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ଚର୍ଚ୍ଚିତ ଚେହେରା । ନିଜ ନିକ୍ଷୁଣ ଅଭିନୟ ମାଧ୍ୟମରେ ସେ ଦର୍ଶକ ଏବଂ ଫ୍ୟାନ୍ସଙ୍କ ହୃଦୟ ଜିଣିପାରିଛନ୍ତି । ସେ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ । ଫ୍ୟାନ୍ସଙ୍କୁ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅପଡେଟ୍ ଦେବାକୁ ଭୁଲିନଥାନ୍ତି । ଫିଲ୍ମରୁ ସେ ମୋଟା ଅଙ୍କର ରୋଜଗାର କରୁଛନ୍ତି ।

ରିପୋର୍ଟ ଅନୁଯାୟୀ ୨୦୨୩ରେ କୀର୍ତ୍ତି ସୁରେଶଙ୍କ ନେଟ୍ ୱର୍ଥ ୪୧ କୋଟି ପାଖାପାଖି ଥିଲା । କୀର୍ତ୍ତିଙ୍କ ମାସିକ ଆୟ ୩୫ ଲକ୍ଷ ପାଖାପାଖି ହୋଇଥିବା ବେଳେ ବାର୍ଷିକ ଆୟ ୪ କୋଟି ପାଖାପାଖି । କୀର୍ତ୍ତି ଫିଲ୍ମ, ଟିଭି ଶୋ ଏବଂ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ରୋଜଗାର କରିଥାନ୍ତି । କହିରଖୁଛୁ କୀର୍ତ୍ତି ଗୋଟିଏ ଫିଲ୍ମ ପାଇଁ ୩-୪ କୋଟି ଟଙ୍କା ରୋଜଗାର କରିଥାନ୍ତି । ଏକ କ୍ୟାଲେଣ୍ଡର ବର୍ଷରେ ସେ ହାରାହାରି ୩ଟି ଫିଲ୍ମ କରିଥାନ୍ତି ।

ସୋସିଆଲ ମିଡିଆରୁ କେତେ ରୋଜଗାର କରିଥାନ୍ତି କୀର୍ତ୍ତି

କୀର୍ତ୍ତି ସୋସିଆଲି ମିଡିଆରେ ବହୁତ ଆକ୍ଟିଭ । ତାଙ୍କର ଇନଷ୍ଟାଗ୍ରାମରେ ୧୮.୨ ମିଲିୟନ୍ ଫଲୋଅର୍ସ ଅଛନ୍ତି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ପାଇଁ ସେ ୨୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଚାର୍ଜ କରିଥାନ୍ତି । ଅଭିନେତ୍ରୀ ଜଣଙ୍କ କାରର ସଉକ ମଧ୍ୟ ରଖିଛନ୍ତି । ତାଙ୍କ ପାଖରେ ଭୋଲଭୋ S90 (୬୦ ଲକ୍ଷ), BMW 7 ସିରିଜ୍ (୧.୩୮ କୋଟି), ମର୍ସିଡିଜ୍ ବେଞ୍ଜ୍ AMG GLC43 (୮୧ ଲକ୍ଷ) ଏବଂ ଟୋୟୋଟା ଇନୋଭା କ୍ରିଷ୍ଟା(୨୫ ଲକ୍ଷ) ଭଳି ବିଳାସପୂର୍ଣ୍ଣ କାର କଲେକ୍ସନ୍ସ ରହିଛି । କହିରଖୁଛୁ କୀର୍ତ୍ତିଙ୍କୁ ‘ମହାନତୀ’ ଫିଲ୍ମ ପାଇଁ ନ୍ୟାସନାଲ ଆୱାର୍ଡ଼ ମିଳିଥିଲା । ଏହି ଫିଲ୍ମରେ ସେ ଲିଡ୍ ରୋଲ କରିଥିଲେ । ଏହା ବ୍ୟତୀତ ସେ ପାୟଲଟ୍, ରିଙ୍ଗ ମାଷ୍ଟର, ଗୀତାଞ୍ଜଳି, ରେମୋ, ଥୋଡାରୀ, ସୀମାରାଜା, ସରକାର, ମିସ୍ ଇଣ୍ଡିଆ ଆଦି ଆନେକ ଫିଲ୍ମରେ କାମ କରିଛନ୍ତି ।

Get real time updates directly on you device, subscribe now.