fbpx

ମୁଁ ଜାଣିଶୁଣି ସ୍ପିଡ୍ ବଲ୍ ମାରି ଗାଙ୍ଗୁଲିଙ୍କୁ ଆହତ କରାଇଥିଲି: ଭାରତ-ପାକ୍ ମ୍ୟାଚର ୨୩ ବର୍ଷ ପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଅଖତର

ନୂଆଦିଲ୍ଲୀ: ୧୯୯୯ରେ ଭାରତ-ପାକିସ୍ତାନ ମଧ୍ୟରେ ଆୟୋଜିତ ହୋଇଥିବା ଏକ ମ୍ୟାଚ ଅବସରରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଆହତ ହୋଇଥିଲା । ପାକିସ୍ତାନର ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ସ୍ପିଡ୍ ବଲରେ ଗାଙ୍ଗୁଲି ଆଘାତପ୍ରାପ୍ତ ହେବା ସହ କିଛି ସମୟ ପାଇଁ ପଡ଼ିଆରେ ହଲଚଲ ସୃଷ୍ଟି ହୋଇଥିଲା । ତେବେ ଉକ୍ତ ଘଟଣାରେ ୨୩ ବର୍ଷ ପରେ ଅଖତର ଏକ ନୂଆ ଖୁଲାସା କରିଛନ୍ତି ।

ଅଖତର କହିଛନ୍ତି, ଭାରତୀୟ ଖେଳାଳିଙ୍କ ପାଇଁ ପାକ୍ ଟିମ୍ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା । ଆମେ ଗାଙ୍ଗୁଲିଙ୍କ ସମେତ ଅନ୍ୟ ଖେଳାଳିଙ୍କ ମୁଣ୍ଡ ଓ ଅନ୍ୟ ସ୍ଥାନକୁ ବଲ ମାରି ସେମାନଙ୍କୁ ଚାପରେ ରଖିବାକୁ ଚାହୁଁଥିଲୁ । ଖେଳାଳିଙ୍କୁ ଆଉଟ କରିବା ବଳଦରେ ସେମାନଙ୍କ ମନରେ ଭୟ ସୃଷ୍ଟି କରିବା ଆମର ଉଦ୍ଦେଶ୍ୟ ଥିଲା । ମୋ ପାଖରେ ବୋଲିଂ ସ୍ପିଡ୍ ଅଛି, ତେଣୁ ଏହାର ଫାଇଦା ଉଠାଇବାକୁ ମୋତେ ବୈଠକରେ କୁହାଯାଇଥିଲା ।

ପୂର୍ବତନ ଭାରତୀୟ ଓପନ ବୀରେନ୍ଦ୍ର ସେହୱାଗଙ୍କ ସହ ଏକ ଆଲୋଚନା ଅବସରରେ ଅଖତର ଏଭଳି ଖୁଲାସା କରିଛନ୍ତି । ୨୩ ବର୍ଷ ତଳର ଏହି କାହାଣୀ ଶୁଣିବା ପରେ ସେହୱାଗ କହିଥିଲେ, ଏବେ ଯଦି ଗାଙ୍ଗୁଲି ଏହି ପ୍ରୋଗ୍ରାମ ଦେଖୁଥିବେ, ତେବେ ସେ ନିଶ୍ଚୟ ଏନେଇ ଚର୍ଚ୍ଚା କରିବେ । ଏହାର ଜବାବରେ ଅଖତର କହିଥିଲେ, ମୁଁ ପରବର୍ତ୍ତୀ ସମୟରେ ଏ ବିଷୟରେ ଗାଙ୍ଗୁଲିକୁ କହିଥିଲି ।

Get real time updates directly on you device, subscribe now.