fbpx

ବସ୍ ଆଗରେ ଷଣ୍ଟ୍ ଦେଖାଇବା ପଡିଲା ମହଙ୍ଗା: ଓଲଟି ପଡିଲା କାର୍, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଏପରି କିଛି କିଛି ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖି ଆପଣ ବି ମୁଣ୍ଡରେ ହାତ ଦେବେ । ସେହିପରି ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଗାଡ଼ି ସହ ଖତରନାକ୍ ଷ୍ଟଣ୍ଟ କରୁଥିବା ବେଳେ ସମସ୍ୟାରେ ପଡିଛନ୍ତି । ସଂକୀର୍ଣ୍ଣ ରାସ୍ତାରେ ଆଗରୁ ଆସୁଥିବା ଭାରୀ ଯାନ ସାମ୍ନାରୁ ହଟିବା ପରିବର୍ତ୍ତେ କାରଟି ଜବରଦସ୍ତ ସାଇଟରେ ବାହାରି ଯିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି, ଯାହାକି କାର ଡ୍ରାଇଭରଙ୍କୁ ମହଙ୍ଗା ପଡିଛି ।

ଭାଇରାଲ ହେଉଥିବା ଭିଡିଓକୁ ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି କି, ପାର୍ବତ୍ୟର ସଂକୀର୍ଣ୍ଣ ରାସ୍ତାରେ ଆଗରୁ ଏକ ବସ୍ ଆସୁଛି । ଯେଉଁଥିପାଇଁ ପୁରା ରାସ୍ତା ବ୍ଲକ ହୋଇଛି । ଏଭଳି ପରିସ୍ଥିତିରେ କାର ଡ୍ରାଇଭରକୁ ବସ୍ ଆଗରୁ ଗାଡ଼ିକୁ ପଛକୁ ନେବା ପରିବର୍ତ୍ତେ ଏକ କଳାତ୍ମକ ଉପାୟରେ ଅତିକ୍ରମ କରିବାକୁ ନିଷ୍ପତ୍ତି ନେଇଥିଲେ । କାର୍ ଆରୋହୀ ପାହାଡ଼ ସାହାରାରେ ଗାଡ଼ିକୁ ଅଣାଇ ଅଣାଇ ଆଗକୁ ନେବାକୁ ଚଳାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

କିନ୍ତୁ ବସକୁ ଅତିକ୍ରମ କରୁଥିବା ବେଳେ ଅଧିକ ଅଣାଇପଡିବାରୁ କାରଟି ଓଲଟି ପଡିଥିଲା । କାର ଡ୍ରାଇଭର ନିଜ ଭୁଲ କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲା । ଏହା ପରେ ଓଲଟି ପଡିଥିବା କାରରୁ ଧିରେ ଧିରେ ସମସ୍ତ ଲୋକ ବାହାରକୁ ଆସୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓଟି ସୋସିଆଲ ମିଡିଆରେ ଧମାଲ କରୁଥିବା ବେଳେ ଅନେକ ଲୋକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

 

View this post on Instagram

 

A post shared by Nautanki?? {1m} ? (@nautanki.hoon)

Get real time updates directly on you device, subscribe now.