ଟେଷ୍ଟ କ୍ରିକେଟରେ ଏହି ନମ୍ବର ଶୁଭମନ ଗିଲ୍ଙ୍କ ପାଇଁ ଲକି, ଜାଣନ୍ତୁ ଡିଟେଲ୍ସ
ଶୁଭମନଙ୍କ ପାଇଁ ଏହି ନମ୍ବର ଲକି, ଜାଣନ୍ତୁ
ନୂଆଦିଲ୍ଲୀ: ଶୁଭମନ ଗିଲ୍ଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୩୩୬ରନରେ ଇଂଲଣ୍ଡକୁ ପରାଜୟ କରିଛି। ଏହି ମ୍ୟାଚରେ ଗିଲ୍ ଦମଦାର ପ୍ରଦର୍ଶନ କରିଛନ୍ତି।
ଯେବେଠାରୁ ଶୁଭମନ ଟେଷ୍ଟ କ୍ରିକେଟରେ ନମ୍ବର-୪ରେ ବ୍ୟାଟିଂ କରିବାକୁ ବାହାରିଛନ୍ତି। ତାଙ୍କ ପ୍ରଦର୍ଶନରେ ଆହୁରି ଚମତ୍କାର ଦେଖିବାକୁ ମିଳିଛି। ଟେଷ୍ଟ କ୍ରିକେଟରେ ନଂ-୪ରେ ବ୍ୟାଟିଂ କରିବା ପାଇଁ ସେ ଶୁଭ ପ୍ରମାଣିତ ହୋଇଛନ୍ତି।
କ୍ୟାପ୍ଟେନ ଭାବେ ଶୁଭମନ ନଂ-୪ର ବ୍ୟାଟିଂ ପୋଜିସନରେ ଖେଳିବାକୁ ବାହାରିଥିଲେ। ଏହା ପୂର୍ବରୁ ସେ ଓପନିଂ ଏବଂ ନମ୍ବର-୩ରେ ମଧ୍ୟ ଖେଳିସାରିଛନ୍ତି।
ପ୍ରଥମଥର ଗିଲ୍ ନଂ-୪ରେ ଖେଳି ଶତକ ଲଗାଇ ୧୪୭ ରନ କରିଥିଲେ। ଟିମ ଇଣ୍ଡିଆକୁ ପ୍ରଥମ ମୁକାବିଲାରେ ପରାଜୟ ମିଳିଛି, ହେଲେ ସେ ନିଜ ବ୍ୟାଟିଂରେ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି।
ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଶୁଭମନ ପ୍ରଥମ ଇନିଂସରେ ନଂ-୪ରେ ଖେଳିବାକୁ ବାହାରିଥିଲେ ଏବଂ ସେ ସମୁଦାୟ ୨୬୯ ରନ କରିଛନ୍ତି। ଏହି ସମୟରେ ସେ ନିଜ ବ୍ୟାଟ୍ରୁ ୩୦ଟି ଚୌକା ଏବଂ ତିନୋଟି ଛକା ବାହାର କରିଛନ୍ତି।
ଦ୍ୱିତୀୟ ଇଂନିସରେ ସେ ଦମଦାର ବ୍ୟାଟିଂର ସହ ୧୬୧ ରନ କରିଛନ୍ତି। ଏହି ଭଳି ସେ ମ୍ୟାଚରେ ୪୩୦ ରନ କରିଛନ୍ତି। ଏଥିସହ ସେ ମ୍ୟାଚରେ ସମୁଦାୟ ୪୩୦ ରନ କରିଛନ୍ତି। ଦ୍ୱିତୀୟ ଟେଷ୍ଟରେ ଶାନଦାର ପ୍ରଦର୍ଶନ ପାଇଂ ସେ ପ୍ଲେୟାର ଅଫ ଦ ମ୍ୟାଚର ଆୱାର୍ଡ ପାଇଛନ୍ତି।