fbpx

ଆଖି ପାଇଁ ଭଲ ନୁହେଁ କଣ୍ଟାକ୍ଟ ଲେନ୍ସ, ଜାଣନ୍ତୁ ଏହାର ପାର୍ଶ୍ଵ ପ୍ରତିକ୍ରିୟା….

ଆଜିକାଲି ଲୋକମାନେ ଅକର୍ଷକ ଦେଖାଯିବା ପାଇଁ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିଥାନ୍ତି । ଏହା ସେମାନଙ୍କୁ ଅଧିକ ଷ୍ଟାଇଲିଶ ଲୁକ୍ ଦେଇଥାଏ । ଅଧିକାଂଶ ଲୋକମାନଙ୍କ ଧାରଣା ଯେ ଚଷମା ପିନ୍ଧିବା ଦ୍ୱାରା ସେମାନେ ଅଧିକ ବୟଷ୍କ ଦେଖାଯାଇଥାନ୍ତି । କିନ୍ତୁ ସେମାନେ ହୁଏତ ଜାଣି ନାହାନ୍ତି ଯେ ପରବର୍ତ୍ତୀ ସମୟରେ କଣ୍ଟାକ୍ଟ ଲେନ୍ସ ସେମାନଙ୍କ ଆଖି ଉପରେ କୁପ୍ରଭାବ ପକାଇଥାଏ । କଣ୍ଟାକ୍ଟ ଲେନ୍ସ ପ୍ରୟୋଗ କରିବା ଯେତିକି ସହଜ ତାର ଯତ୍ନ ନେବା ସେତିକି କଷ୍ଟକର ହୋଇଥାଏ । ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କୁ ନିମ୍ନଲିଖିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ :

୧. ଆଖିରେ ସଂକ୍ରମଣ: ଆନେକ ସମୟରେ ଅସାବଧାନତା ଯୋଗୁଁ କଣ୍ଟାକ୍ଟ ଲେନ୍ସରେ ବ୍ୟାକ୍ଟେରିଆ ଓ ଭାଇରସ ଜମା ହୋଇଯିବାରୁ ଆଖି ଜନିତ ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏହି ସଂକ୍ରମଣ ଆଖିର କର୍ନିଆ(Cornea) ଉପରେ ପ୍ରଭାବ ପକାଇଥାଏ ।

୨. ଆଖିର ଶୁଷ୍କତା: ଦୀର୍ଘ ସମୟ ପର୍ଯ୍ୟନ୍ତ କଣ୍ଟାକ୍ଟ ଲେନ୍ସ ଲଗାଇବା ଦ୍ୱାରା ଆଖିରେ ଅମ୍ଳଜାନର ମାତ୍ରା କମିଯାଏ । ଏହା ଦ୍ୱାରା ଆଖି ପୋଡ଼ିବା ସହ ଶୁଷ୍କା ଦେଖାଦେଇଥାଏ ।

୩. ଆଖି ଲାଲ ପଡ଼ିବା: ଦୀର୍ଘ ସମୟ ପର୍ଯ୍ୟନ୍ତ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଆଖି ଲାଲ ପଡ଼ିଯିବା ଓ ଫୁଲି ଯିବା ଭଳି ଲକ୍ଷଣ ଦେଖା ଦେଇଥାଏ । ଏହା ଆଖି ପାଇଁ ସମସ୍ୟା ସୃଷ୍ଟି କରିପାରେ ।

୪. କେରାଟାଇଟିସ୍ ସମସ୍ୟା: କେରାଟାଇଟିସକୁ coroneal ulcer ମଧ୍ୟ କୁହାଯାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବା ଆଖିର କର୍ନିଆ(Cornea) ଉପରେ ପ୍ରଭାବ ପକାଇଥାଏ । ଏଥିରେ ବ୍ୟକ୍ତିର ଦୃଷ୍ଟି ଶକ୍ତି ଚାଲିଯିବାର ଭୟ ରହିଛି ।

Get real time updates directly on you device, subscribe now.