ନିର୍ବାଚନ ଠାରୁ ଦୂରେଇ ରହିବେ ସିଦ୍ଧୁ, IPLରେ ଦେଖାଇବେ କମେଣ୍ଟ୍ରିର ଜାଦୁ !

ଚଣ୍ଡିଗଡ଼: ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି IPL ୨୦୨୪ । IPL କମେଣ୍ଟ୍ରିରେ ଏଥର କିଛି ନୂଆ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟ ଖେଳାଳୀ ନବଜୋତ ସିଂହ ସିଦ୍ଧୁ IPL କମେଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି । ଏନେଇ ଷ୍ଟାର ସ୍ପୋର୍ଟ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

ଶୁକ୍ରବାର ନବଜୋତ ସିଂହ ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ଯଦି ତାଙ୍କର ଲୋକସଭାରେ ଯିବାର ଥିଲା ତେବେ ସେ ବହୁ ପୂର୍ବରୁ ମନ୍ତ୍ରୀ ହୋଇଥାନ୍ତେ । କହିରଖୁଛୁ ୨୦୦୪ରେ ନବଜୋତ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ । ପରେ ୨ ଥର ସାଂସଦ ମଧ୍ୟ ହୋଇଥିଲେ । ୨୦୧୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ପଞ୍ଜାବରେ ନବଜୋତ କଂଗ୍ରେସ ଅଧ୍ୟକ୍ଷ ବି ରହିଛନ୍ତି । ଦୀର୍ଘ ସମୟ ଧରି ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ ।

Get real time updates directly on you device, subscribe now.