fbpx

ଉଚ୍ଚଶିକ୍ଷାର ଗୁଣାତ୍ମକାମାନ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣପତ୍ର ସ୍ୱାକ୍ଷର, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ଉଚ୍ଚଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ପାଇଁ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ପ୍ରଧାନମନ୍ତ୍ରୀ-ଉଚ୍ଚତର ଶିକ୍ଷା ଅଭିଯାନ-ପିଏମ୍‍-ଉଷା ଯୋଜନା ରାଜ୍ୟରେ ଲାଗୁ ହୋଇଛି । କେନ୍ଦ୍ର ଏବଂ ରାଜ୍ୟର ସହଯୋଗରେ ପ୍ରଣୟନ ହୋଇଥିବା ପିଏମ୍‍-ଉଷା ଯୋଜନା ଅଧୀନରେ ଉନ୍ନତମାନର ପାଠ୍ୟକ୍ରମ ପ୍ରସ୍ତୁତି, ଶିକ୍ଷକଙ୍କୁ ତାଲିମ, ଶିକ୍ଷା ଭିତ୍ତିଭୂମିର ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଗୁରୁତ୍ୱ ଦିଆଯାଉଛି ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପିଏମ୍‍-ଉଷାକୁ ଓଡିଶାରେ ଲାଗୁ କରାଇବା ନେଇ ଭୁବନେଶ୍ୱରସ୍ଥିତ କୃଷି ଭବନ ସମ୍ମିଳନୀ ଗୃହରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ସୂଚନାଯୋଗ୍ୟ, ୨୦୧୩ରୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ- ଉଷା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାର ୬୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ବହନ କରୁଥିବା ବେଳେ ୪୦ ପ୍ରତିଶତ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି । ୨୦୨୫-୨୬ରେ ପିଏମ-ଉଷା ପାଇଁ ୧୨ଲକ୍ଷ ୯୨ହଜାର ୬୧୦କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

Get real time updates directly on you device, subscribe now.