ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷିତ ସିଙ୍ଘମ ଅଗେନ୍ ରିଲିଜକୁ ନେଇ ବର୍ତ୍ତମାନ ୪ ଦିନ ବାକି ରହିଛି । ଏହି ଫିଲ୍ମକୁ ନେଇ ଭାରତରେ କ୍ରେଜ୍ ସାଙ୍ଗକୁ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଅମିତାଭ ବଚ୍ଚନ, ଶାହରୁଖ ଖାନ୍, ଆମିର ଖାନ୍ ଏବଂ ସଲମାନ ଖାନଙ୍କ ଭଳି ଅଜୟ ଦେବଗନଙ୍କ ବିଦେଶରେ ସେତିକି ଲୋକପ୍ରିୟ ନୁହନ୍ତି । କିନ୍ତୁ ତାଙ୍କ ସିଙ୍ଘମ ସିରିଜର ୩ୟ ଭାଗକୁ ଦେଖିବା ପାଇଁ ବିଶେଷ କରି ବିଦେଶରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହା ସହ ଫିଲ୍ମର ଆଡ୍ଭାନ୍ସ ବୁକିଂକୁ ନେଇ ମଧ୍ୟ ଭଲ ରେସପନ୍ସ ଦେଖିବାକୁ ମିଳିଛି ।
ରୋହିତ ସେଟ୍ଟିଙ୍କ ନର୍ଦ୍ଦେଶିତ ‘ସିଙ୍ଘମ ଅଗେନ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ଅଜୟ ଦେବଗନ ଏବଂ ରୋହିତ ସେଟ୍ଟିଙ୍କ ଯୋଡ଼ି ବକ୍ସ ଅଫିସରେ କମାଲ କରିବ ବୋଲି ଆଶା କରାଯାଉଛି । ନଭେମ୍ବର ୧ ତାରିଖରେ ‘ସିଙ୍ଘମ ଅଗେନ୍’ ସହ କାର୍ତ୍ତିକ ଆର୍ଯ୍ୟନଙ୍କ ଭୁଲ ଭୁଲୈୟା ୩ ମଧ୍ୟ ପ୍ରେକ୍ଷାଳୟରେ ରିଲିଜ ହେଉଛି । ୟୁଏଇ ଏବଂ ଅଷ୍ଟ୍ରେଲିଆ ପରେ ଆମେରିକାରେ ମଧ୍ୟ ସିଙ୍ଘମ ଅଗେନ୍ ଫିଲ୍ମର ଆଡଭାନ୍ସ ବୁକିଂ ଆକଳନ ପ୍ରକାଶ ପାଇଛି । ପ୍ରଥମ ଦିନରେ ଆମେରିକାରେ ୨୨୦୦ ରୁ ଉଦ୍ଧ୍ୱର୍ ଆଡଭାନ୍ସ ଟିକେଟ୍ ବୁକିଂ ହୋଇଥିଲା । ଏହାର ମୂଲ୍ୟ ପ୍ରାୟ ୩୩ ହଜାର(ଭାରତୀୟ ମୁଦ୍ରାରେ ୨୮ ଲକ୍ଷ ଟଙ୍କା) ଅଟେ । ଆମେରିକାରେ ପ୍ରାୟ ୨୯୮ ସ୍ଥାନରେ ଆଡଭାନ୍ସ ଟିକେଟ୍ ବୁକିଂ ହୋଇଥିବା ବେଳେ ୭୦୦ ଶୋ ସଂଖ୍ୟା ସାମିଲ ଥିଲା । ତେବେ ସିଙ୍ଘମ ଅଗେନର ଆଡଭାନ୍ସ ବୁକିଂକୁ ନେଇ ଆମେରିକାରେ ଭଲ ରେସପନ୍ସ ଦେଖିବାକୁ ମିଳିଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା କି ଦୁଇଟି ଫିଲ୍ମ ମଧ୍ୟରେ ବକ୍ସ ଅଫିସରେ କିଏ ରେକର୍ଡ଼ ଭାଙ୍ଗୁଛି । କେଉଁ ଫିଲ୍ମ ପ୍ରତି ଦର୍ଶକଙ୍କ ଭଲ ରିଭ୍ୟୁ ରହୁଛି । କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ ଭୁଲୈୟା ୩’ ଏବଂ ଅଜୟ ଦେବଗନଙ୍କ ‘ସିଙ୍ଘମ ଅଗେନ୍’ ଫିଲ୍ମର ନିର୍ମାତା ଅଧିକରୁ ଅଧିକ ସ୍କ୍ରିନରେ ନିଜ ଫିଲ୍ମ ରିଲିଜ କରିବାକୁ ଚାହୁଁଛନ୍ତି । କିନ୍ତୁ ବର୍ତ୍ତମାନ ଆଡଭାନ୍ସ ବୁକିଂକୁ ନେଇ ଏକ ସମସ୍ୟା ରହିଛି । ପିଭିଆର ଏବଂ ଆଇନକ୍ସରେ ‘ସିଙ୍ଘମ ଅଗେନ୍’କୁ ୬୦% ସ୍କ୍ରିନ୍ ଦେବା ବିଷୟରେ କଥାବାର୍ତ୍ତା ଚାଲିଛି । ସେହିପରି ବୁମ୍ ମାଇ ଶୋ ଆପରେ କିଛି ପ୍ରେକ୍ଷାଳୟ ପାଇଁ ଭୁଲ ଭୁଲୈୟା ୩ ପାଇଁ ଆଡଭାନ୍ସ ବୁକିଂ ସୁବିଧା ରହିଛି ।
View this post on Instagram