fbpx

ୟୁପିଏ ସରକାର ଓଡ଼ିଶାକୁ ଅବହେଳା କରୁଥିଲେ, ମୋଦି ସରକାର କିନ୍ତୁ ଅର୍ଥ ବର୍ଷା କରୁଛନ୍ତି: ଅଶ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୁବଶୀଘ୍ର ୬ ହଜାର ମୋବାଇଲ ଟାୱାର ଲାଗିବାକୁ ଯାଉଛି । ୟୁପିଏ ସରକାର ତୁଳନାରେ କେନ୍ଦ୍ରରେ ଶାସନାଧୀନ ଥିବା ମୋଦି ସରକାର ଓଡ଼ିଶାକୁ ଅଧିକ ଅର୍ଥ ପ୍ରଦାନ କରୁଛନ୍ତି । ପୂର୍ବରୁ ରାଜ୍ୟକୁ ପାଖାପାଖି ୮ ଶହ କୋଟି ଅର୍ଥ ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ୨୦୧୪ରେ ୪ ହଜାର କୋଟିରୁ ଅଧିକ ଅର୍ଥ ମିଳିଥିଲା । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ପୂର୍ବରୁ ରାଜ୍ୟକୁ ଯେଉଁ ଅବହେଳା କରାଯାଉଥିଲା, ଏବେ ତାହା ନାହିଁ । ଚଳିତ ଥର ରାଜ୍ୟକୁ ୯୭୩୪ କୋଟି ରେକର୍ଡ ସଂଖ୍ୟକ ଅର୍ଥ ମିଳିଛି । ତେଣୁ ଏହି ଅର୍ଥକୁ ମିଳିମିଶି ୟୁଟିଲାଇଜେସନ କରିବା ଦରକାର । ମୋବାଇଲ ଟାୱାର ନେଇ ୩୯୩୩ଟି ସ୍ଥାନ ଚିହ୍ନଟ ସରିଥିବା ବେଳେ ୬ ହଜାର ଅନକଭର ଗ୍ରାମରେ ମୋବାଇଲ ଟାୱାର ବସିବ । ଚାଷୀଙ୍କୁ ମିଳୁଥିବା ଅର୍ଥର ବାଟମାରଣାକୁ ରୋକିବା ପାଇଁ ଏଣିକି ଚାଷୀଙ୍କ ଖାତାକୁ ଏମଏସପି ଅର୍ଥ ସିଧାସଳଖ ପଠାଯିବ ।

Get real time updates directly on you device, subscribe now.