fbpx

ଆପଣଙ୍କ ଶରୀରର ରଙ୍ଗ ଗୋରା କି? ତାହେଲେ ସାବଧାନ, ହୋଇପାରେ କ୍ୟାନ୍ସର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମହାମାରୀର ରୂପ ନେବାକୁ ବସିଛି କ୍ୟାନ୍ସର । ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ଏହି କ୍ୟାନ୍ସର ଯୋଗୁଁ ପ୍ରାଣ ହରାଇଥାନ୍ତି । ତେବେ କ୍ୟାନ୍ସର ଅନେକ ପ୍ରକାରର ରହିଥାଏ । କିନ୍ତୁ ପ୍ରାରମ୍ଭିକ ଷ୍ଟେଜରେ ଚିହ୍ନଟ ହେଲେ ଏହାକୁ କେତେକାଂଶରେ ରୋକାଯାଇ ପାରିବ । ଯଦି ଆମେ ଦେଖିବା ଚର୍ମ କର୍କଟ ରୋଗରେ ଚର୍ମର କୋଷିକା ବୃଦ୍ଧି ପାଇଥାଏ । ଅତିବାଇଗଣି ରଶ୍ମୀ ସଂସ୍ପର୍ଷରେ ଆସିବା ଦ୍ବାରା ଚର୍ମ କର୍କଟ ରୋଗ ହୋଇଥାଏ । ଏହାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ଚର୍ମରେ ନୂତନ ପ୍ୟାଚ୍, ଚର୍ମ ବୃଦ୍ଧିର ଆକାରରେ ପରିବର୍ତ୍ତନ ଏବଂ ରଙ୍ଗରେ ପରିବର୍ତ୍ତନ ମଧ୍ୟ ଦେଖାଯାଇଥାଏ । ଯଦି ଶୀଘ୍ର ଚିହ୍ନଟ ହୁଏ, ତେବେ ଅଧିକାଂଶ ଚର୍ମ କର୍କଟ ଶୀଘ୍ର ଭଲ ହୋଇଯାଇଥାଏ । ମୋହସ ସର୍ଜରୀ, କ୍ରିଓଥେରାପି, କେମୋଥେରାପି ଦ୍ବାରା ଏହାର ଚିକିତ୍ସା କରାଯାଇଥାଏ ।

କେଉଁମାନଙ୍କୁ ଚର୍ମ କର୍କଟ ଆଶଙ୍କା ଅଧିକ-  ଯେଉଁ ବ୍ୟକ୍ତିମାନେ ଘଣ୍ଟାଘଣ୍ଟା ଧରି କ୍ଷେତରେ କାମ କରୁଛନ୍ତି କିମ୍ବା ବିଲ୍ଡିଂ କାମ କରୁଛନ୍ତି ସେମାନଙ୍କୁ ଏହାର ଆଶଙ୍କା ଅଧିକ ରହିଥାଏ । କାରଣ ଅଧିକ ସମୟ ଖରାରେ କାମ କରିବା ଦ୍ବାରା ଶରୀରରେ ମେଲାନୀନର ପରିମାଣ କମ୍ ହୋଇଯାଇଥାଏ ।

ଏହା କେତେକାଂଶରେ ବଂଶାନୁକ୍ରିମକ ମଧ୍ୟ ହୋଇପାରେ । ପରିବାରରେ କାହାକୁ ହୋଇଥିଲେ, ଏହି ରୋଗର ଆଶଙ୍କା ବୃଦ୍ଧି ହୋଇଥାଏ । ଅନ୍ୟପଟେ ଯଦି ଚର୍ମର ରଙ୍ଗ ଅଧିକ ଗୋରା ହୋଇଥାଏ, ତେବେ ମଧ୍ୟ ଏହାର ଆଶଙ୍କା ଅଧିକ ରହିଥାଏ । ଅଧିକ ଗୋରା ହେଲେ ଚର୍ମ ଖରା ସହିବା ପାଇଁ କଷ୍ଟ ହୋଇଥାଏ । ସେହିପରି ଯେଉଁମାନଙ୍କ କେଶର ରଙ୍ଗ ନାଲି ହୋଇଥାଏ, ସେମାନଙ୍କ କ୍ଷେତ୍ରରେ ମଧ୍ୟ କ୍ୟାନ୍ସରର ଆଶଙ୍କା ଅଧିକ ରହିଥାଏ ।

କଣ ପାଇଁ ହୁଏ ବେସଲ ସେଲ କାର୍ସିନୋମା-ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖରାରେ ଅଧିକ ସମୟ ଧରି ରହିବା କାରଣୁ ବେସଲ ସେଲ୍ କାର୍ସିନୋମା ହୋଇଥାଏ । ସୂର୍ଯ୍ୟଙ୍କର ପାରାବାଇଗଣୀ ରଶ୍ମୀରେ ଅଧିକ ସମୟ ରହିବା କାରଣରୁ ଦିନକୁ ଦିନ ସ୍କିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ସମୟ ଖରାରେ ରହିଲେ ତ୍ବଚାରେ ରହିଥିବା କୋଷ ମଧ୍ୟରେ କ୍ୟାନ୍ସର କୋଷିକା ମଧ୍ୟ ବୃଦ୍ଧି ପାଇଥାଏ ।

Get real time updates directly on you device, subscribe now.