fbpx

ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି, ଧାରଣାରେ ହିମାଂଶୁଙ୍କ ସମର୍ଥକ

ଓଡ଼ିଶା ଭାସ୍କର: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ଯାଜପୁର ଧର୍ମଶାଳା ଆସନକୁ ନେଇ ବିଜେପିର ଅସନ୍ତୋଷ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ଦଳ ଟିକେଟ ନ ଦେଇଥିବାରୁ ରାଜ୍ୟ ବିଜେପି ମୁଖ୍ୟାଳୟରେ ସମର୍ଥକମାନେ ଧାରଣାରେ ବସିଥିବା ବେଳେ ଅନ୍ୟପଟେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ସ୍ମୃତିରେଖା ପହି ।

ସୂଚନାରୁ ପ୍ରକାଶ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ବିଜେପି ପକ୍ଷରୁ ଟକେଟ ନ ମିଳିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସମର୍ଥକ । ସନ୍ଧ୍ୟା ସୁଦ୍ଧା ଟିକେଟ ନ ମିଳିଲେ ସମୁହ ଇସ୍ତଫା ପାଇଁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ କିନ୍ତୁ ଯାଜପୁରରେ ମାଆ ବିରଜାଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି । ମାଆଙ୍କ ଆଶୀର୍ବାଦ ନେବା ପରେ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଛନ୍ତି । ଧର୍ମଶାଳା ଲୋକେ ପରିବର୍ତ୍ତନ ଚାହୁଁଥିବାରୁ ଏଥର ଧର୍ମଶାଳାରେ ବିଜେପି ଆସିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.