fbpx

ରାଜଧାନୀରେ ସାପ ବିଷ କାରବାର, ୩ ଅଟକ

ଭୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଧରାପଡିଛି ସାପ ବିଷ ସ୍ମଗଲିଂ ରାକେଟ୍ । ଏୟାରପୋର୍ଟ ଅଞ୍ଚଳରେ ଜାଲ ବିଛାଇ ସ୍ମଗଲରଙ୍କୁ ଧରିଛି ବନ ବିଭାଗ । ଏହି ମାମଲାରେ ୩ ସାପ ସ୍ମଗଲରଙ୍କୁ ବନ ବିଭାଗ ଧରିଥିବା ସୂଚନା ମିଳିଛି ।

ତେବେ ତମ୍ପ ସାପ ବିଷ ଚାଲାଣ ପାଇଁ ୧୦ ଲକ୍ଷ ଟଙ୍କାର ଡିଲ କରୁଥିବା ବେଳେ ବେପାରୀ ସାଜି ସେମାନଙ୍କୁ ଧରିଛନ୍ତିି ବନ ବିଭାଗ କର୍ମଚାରୀ । ଅଭିଯୁକ୍ତଙ୍କ ଠାରୁ ସାପ ବିଷ, ୨ଟି ବୋତଲ ଓ ସିରିଞ୍ଜ ଜବତ କରାଯାଇଛି । ଗୋଟିଏ ଲିଟର ସାପ ବିଷ ପାଇଁ ୧ କୋଟି ଟଙ୍କା ଦାବି କରିଥିଲେ ସ୍ମଗଲର୍ । ଜବତ ସାପ ବିଷ ଟେଷ୍ଟିଂ ପାଇଁ ଲ୍ୟାବ୍ ପଠାଯିବ ବୋଲି ବନ ବିଭାଗ କହିଛି । ୨୦୦ଟି ତମ୍ପ ସାପରୁ ସ୍ମଗଲରମାନେ ଗୋଟିଏ ଲିଟର ବିଷ ବାହାର କରିଥିଲେ । ଅଟକ ରହିଥିବା ୩ ସାପ ବିଷ ବେପାରୀଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.