fbpx

ପାକିସ୍ତାନରେ Ban ହେଲା ସୋସିଆଲ ମିଡିଆ ! ଜାଣନ୍ତୁ ଶହବାଜ୍ ସରକାର କାହିଁକି ନେଲେ ଏଭଳି ନିଷ୍ପତ୍ତି ?

ଇସଲାମାବାଦ: ଦିନକୁ ଦିନ ସୋସିଆଲ ମିିିଡିଆ ଆମ ଦୈନନ୍ଦିନ ଜୀବନକୁ ଅନେକାଂଶରେ ପ୍ରଭାବିତ କରିବାରେ ଲାଗିଛି । ଏଥିମଧ୍ୟରେ ପାକିସ୍ତାନ ଶହବାଜ୍ ସରକାର ଦେଶରେ ସୋସିଆଲ ମିଡିଆ ଚଳାଇବା ଉପରେ Ban ଲଗାଇଛନ୍ତିି । କହିରଖୁଛୁ ବିଗତ କିଛି ମାସ ହେବ ପାକିସ୍ତାନରେ ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଏକ୍ସ’ ବ୍ୟବହାର କରିବା ନିଷେଧ ରହିଛି । ଦେଶରେ ସୋସିଆଲ ମିଡିଆରେ ଘୃଣ୍ୟ ବିଷୟବସ୍ତୁ ଏବଂ ଭୁଲ ତଥ୍ୟକୁ ନିୟନ୍ତ୍ରଣ କରିବା ଏବଂ ସାମ୍ପ୍ରଦାୟିକ ହିଂସାକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଗୁରୁବାର ପାକିସ୍ତାନ ସରକାର ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫଙ୍କ ଏଭଳି ଘୋଷଣା ପରେ ପାକିସ୍ତାନବାସୀ ୟୁଟ୍ୟୁବ୍‌, ହ୍ୱାଟ୍ସଆପ୍‌, ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ଟିକଟକ୍ ବ୍ୟବହାର କରିପାରିବେ ନାହିଁ । ଜୁଲାଇ ୧୩ରୁ ୧୮ ଅର୍ଥାତ ୬ ଦିନ ପାଇଁ ଏହି Ban ଲାଗୁ ରହିବ । ଇସଲାମ ଧର୍ମ ମାସ Muharram ସମୟରେ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ସୋସିଆଲ ମିିଡିଆ ଉପରେ ନିୟନ୍ତ୍ରଣ ରଖିବା ଜୁରୁରୀ ଅଟେ । ଏହି ସମୟରେ ସୋସିଆଲ ମିଡିଆରେ ଘୃଣ୍ୟ ବିଷୟବସ୍ତୁ ଉପରେ ଆଧାରିତ ବାର୍ତ୍ତା ତଥା ଭିଡିଓ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ଦେଶରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାରେ ସହାୟକ ହେବ ।

Get real time updates directly on you device, subscribe now.