fbpx

କାଶ ଓ କଫରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ଷା ଓ ଶୀତ ଋତୁ ହେଲେ ଥଣ୍ଡା, ଜର, କାଶ ଓ କଫ ପରି ସମସ୍ୟା ଦେଖା ଦେଇଥାଏ। ଏହାକୁ ଭଲ କରିବା ପାଇଁ ଆମେ ଔଷଧ ବ୍ୟବହାର କରିଥାଉ। କିନ୍ତୁ ଔଷଧ ନଖାଇ ଘରୋଇ ଉପାୟରେ ମଧ୍ୟ ଏହାର ଚିକିତ୍ସା କରିପାରିବେ।

କଫ ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସପୁରୀ ରସ ଖୁବ୍‌ ଉପକାରୀ।  ସପୁରୀ ରସ ପିଇଲେ ଗଳାରେ ହେଉଥିବା ବିଭିନ୍ନ ରୋଗ ମଧ୍ୟ ଭଲ ହୋଇଥାଏ।ସପୁରୀରେ ରୋଗ ପ୍ରତିରୋଧକ ଆଣ୍ଟି-ଅକ୍ସିଡାଣ୍ଟ ,ବ୍ରୋମେଲାଇନ୍‌ ନାମରେ ଏକ ଆଣ୍ଟି-ଇନ୍‌ଫ୍ଲାମେଣ୍ଟୋରୀ ଏନଜାଇମ୍‌ ମଧ୍ୟ ରହିଛି। ଆଲର୍ଜି ଓ ଆସ୍ଥମା ପରି ଶ୍ୱାସଜନିତ ସମସ୍ୟାକୁ ଭଲ କରିବାରେ ବ୍ରୋମେଲାଇନ୍‌ ସାହାଯ୍ୟ କରିଥାଏ। ତେବେ କଫ ପାଇଁ ସପୁରୀ ରସକୁ କିପରି ପିଇବେ ଆସନ୍ତୁ ଜାଣିବା।

ଅଧା କପ୍‌  ସପୁରୀ ରସକୁ ଉଷୁମ କରି ସେଥିରେ ଗୋଟିଏ ଚାମଚ ମହୁ ମିଶାଇ ତାକୁ ସେବନ କରନ୍ତୁ।

ଗୋଟିଏ କପ୍‌ ସପୁରୀ ରସରେ ଅଧା ଚାମଚ ମହୁ, ଲୁଣ ଓ ଅଳ୍ପ ଗୋଲମରିଚ ମିଶାଇ ଏହାକୁ ଦିନକୁ  ଦୁଇରୁ ତିନିଥର ପିଅନ୍ତୁ।

କଫି, ଆଇସ୍‌କ୍ରୀମ୍‌ ଓ ଥଣ୍ଡା ଜାତୀୟ ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ। ଉଷୁମ ପାଣି ପିଅନ୍ତୁ।

Get real time updates directly on you device, subscribe now.