fbpx

ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲାରେ ନୂଆ ଟୁଇଷ୍ଟ, ଖୁବ୍‌ଶୀଘ୍ର ବନ୍ଧା ହେବେ ସୋନାଲି !

Advertisement

କଟକ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ମଡେଲ୍‌ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ୨ ମାସରୁ ଅଧିକ ସମୟ ବିତିଗଲାଣି । ପୁଅକୁ ହରାଇ ପରିବାର ଲୋକ ମାନସିକସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । ପୁଅ ମୃତ୍ୟୁ ପାଇଁ ଗାୟିକା ସୋନାଲି ନନ୍ଦ ଦାୟୀ ବୋଲି ଅଭିଯୋଗ ଆଣି ପରିବାର ଲୋକେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଏ ନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରି ନିରବ ରହିଥିଲା । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଇନ୍‌ଫୋସିଟି ଥାନାରେ ସୋନାଲି ନନ୍ଦ ଓ ତାଙ୍କ ମା’ଙ୍କ ନାମରେ ମାମଲା ରୁଜୁ ହୋଇଛି । ତେବେ ଏହି ମାମଲାରେ ସୋନାଲି ଗିରଫ ହେବେ କି ନାହିଁ ସେ ନେଇ ମଧ୍ୟ ପ୍ରଶ୍ନବାଚୀ ଲାଗିରହିଛି ।

ସୌମ୍ୟ ମଧ୍ୟ ମୃତ୍ୟୁ ପୂର୍ବରୁ ସୁଇସାଇଡ୍‌ ନୋଟ୍‌ରେ ସୋନାଲିଙ୍କୁ ଦାୟୀ କରିଥିଲେ । ସୋନାଲି ଏବଂ ତାଙ୍କ ମାଙ୍କ ସହ କଥାହେଲାବେଳେ ସେ ପ୍ରତାରିତ ହୋଇଥିବା କହିବା ସହ ଆତ୍ମହତ୍ୟା କରିବେ ବୋଲି ମଧ୍ୟ କହିଥିଲେ । ତେବେ ଏନେଇ ସୋନାଲିଙ୍କ ପରିବାର ସୌମ୍ୟଙ୍କ ପରିବାରକୁ କିଛି ଜଣାଇନଥିଲେ । ସୋନାଲିଙ୍କ ବିରୋଧରେ ଏଭଳି ମାଳମାଳ ଅଭିଯୋଗ ଆସୁଥିଲାବେଳେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିଲା । ସୌମ୍ୟଙ୍କ ଭଉଣୀ ଏନେଇ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ନିରବ ରହିଥିଲା । ଏପରିକି ପୋଲିସର କାର୍ଯ୍ୟକୁ ନେଇ ସୌମ୍ୟଙ୍କ ପରିବାର ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଭୁବନେଶ୍ୱର ଡିସିପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ଯଦି ସୋନାଲିଙ୍କ ପରିବାର ଆମକୁ ଖବର ଦେଇଥାନ୍ତେ ତେବେ ମୋ ପୁଅ ବଞ୍ଚିଯାଇଥାନ୍ତା ବୋଲି ସୌମ୍ୟଙ୍କ ମା’ କହିବା ସହ ସୋନାଲି ଓ ତାଙ୍କ ମାଙ୍କ ପାଇଁ ତାଙ୍କ ପୁଅର ଜୀବନ ଗଲା ବୋଲି ଅଭିଯୋଗ କରିଥିଲେ । ଏହା ପରେ ବି ପୋଲିସ ଚୁ୍‌ ବସିଥିଲା । ପୋଲିସ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସୌମ୍ୟଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଏବେ ମାମଲା ରୁଜୁ କରିଛି । ତେବେ ୨ ମାସର ଏହି ପୁରୁଣା ଘଟଣା ଉପରେ ପୋଲିସ କି ପଦକ୍ଷେପ ନେଉଛି ତା’ ଉପରେ ସମସ୍ତଙ୍କ ନଜର ।

ସୂଚନାଯୋଗ୍ୟ ଯେ, ସୌମ୍ୟ ମୁମ୍ବାଇରେ ମଡେଲିଂ କରୁଥିବାବେଳେ କରୋନା ଯୋଗୁଁ ଘରକୁ ଫେରି ଆସିଥିଲେ । ସେ ଭୁବନେଶ୍ୱର ନନ୍ଦନବିହାରରେ ରହୁଥିବା ସୋନଲି ନନ୍ଦଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ଦୀର୍ଘ ୨ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ । ହେଲେ ପରେ ସୋନାଲି ପ୍ରତାରଣା କରିଥିଲେ ବୋଲି ଅଭିଯୋଗ ହୋଇଛି।

Get real time updates directly on you device, subscribe now.