(video) ପିଲାଙ୍କ ସଫଳତା ଦେଖି ସୂର୍ଯ୍ୟାଙ୍କ ଆଖିରୁ ଝରିଲା ଲୁହ, ୫୧ ଗରିବ ପିଲା ହୋଇଛନ୍ତି ଡାକ୍ତର

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ହିରୋଙ୍କୁ ପ୍ରଶଂସା କଲେ ଫ୍ୟାନ୍ସ ।

ହାଇଦ୍ରାବାଦ୍: ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତା ବଲିଉଡ୍ ଅଭିନେତାଙ୍କଠାରୁ କେଉଁ ଗୁଣରେ କମ୍ ନୁହଁନ୍ତି । ଆଜିକାଲି ବଲିଉଡ୍ ଷ୍ଟାରଙ୍କ ଅପେକ୍ଷା ଦକ୍ଷିଣ ଭାରତୀୟ ଷ୍ଟାର ଏବଂ ଫିଲ୍ମର କ୍ରେଜ୍ ବଢ଼ିଯାଇଛି ।

ହିନ୍ଦୀ ଫିଲ୍ମ ବାରମ୍ବାର ଫ୍ଲଫ୍ ହେଉଥିବାବେଳେ ସିନେପ୍ରେମୀ ସାଉଥ୍ ଫିଲ୍ମ ଆଡ଼କୁ ଆକୃଷ୍ଠ ହେଉଛନ୍ତି । ସାଉଥରେ ଅନେକ କଳାକାର ଅଛନ୍ତି ଯେଉଁମାନେ ସାମାଜ ମଙ୍ଗଳ କାର୍ଯ୍ୟରେ ନିଜର ଆୟକୁ ଖର୍ଚ୍ଚ କରୁଛନ୍ତି।

ସେମାନଙ୍କ ଭିତରେ ଆସୁଛନ୍ତି ସାଉଥ୍ ଷ୍ଟାର ସୂର୍ଯ୍ୟା । ଯେ, ନିଜସ୍ୱ ଫାଉଣ୍ଡେଶନ୍ ଚଲାଉଛନ୍ତି, ଯାହାଦ୍ୱାରା ଗରିବ ପିଲା ଉପକୃତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସୂର୍ଯ୍ୟା ୮ ହଜାର ପିଲାଙ୍କୁ ଉଚ୍ଚଶିକ୍ଷା ସୁବିଧା ଯୋଗାଇଛନ୍ତି ।

ସୂର୍ଯ୍ୟାଙ୍କ ଏହି ଫାଉଣ୍ଡେଶନର ନାମ ଅଗରମ ଫାଉଣ୍ଡେଶନ୍ । ଏହି ଫାଉଣ୍ଡେଶନ ଅର୍ନ୍ତଗତ ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟର ପିଲାମାନେ ୁପକୃତ ହେଉଛନ୍ତି । ବିଶେଷ କରି ଏହି ଫାଉଣ୍ଡେଶନ୍ ପିଲାଙ୍କ ପାଠ ପଢ଼ା ପାଇଁ ସୁବିଧା ସୁଯୋଗ ଯୋଗାଉଛି ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଅଗରମ ଫାଉଣ୍ଡେଶନ ଦ୍ୱାରା କୃତକାର୍ଯ୍ୟ ଓ ସଫଳ ଡାକ୍ତରମାନେ ଷ୍ଟେଜରେ ଛିଡ଼ା ହେଉଛନ୍ତି । ଯାହାକୁ ଦେଖି ସୂର୍ଯ୍ୟାଙ୍କ ଆଖି ଛଳ ଛଳ ହୋଇଯାଉଛି ।

ଏହି ଭିଡିଓରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସୂର୍ଯ୍ୟାଙ୍କ ଫ୍ୟାନ ଫଲୋୟର୍ସ ତାଙ୍କର ଏକ କାର୍ଯ୍ୟ ପାଇଁ ନାୟମକଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।