ବଢିଲା ମୃତକଙ୍କ ସଂଖ୍ୟା; ଅଡୁଆରେ ପଡିଲେ ସାଉଥ୍ ଷ୍ଟାର ବିଜୟ, ସହାୟତା ଲାଗି ଘୋଷଣା କଲେ ୨୦ଲକ୍ଷ..

ଚିନ୍ତାରେ ସାଉଥ୍ ଷ୍ଟାର, ଦୁଃଖଭରା ନୋଟ ଲେଖି ଦୁଃଖ ବଖାଣିଲେ...

ତାମିଲନାଡୁ: ମୃତକଙ୍କ ପରିବାରକୁ ୨୦ ଲକ୍ଷ ଓ ଆହତ ଲୋକଙ୍କ ପାଇଁ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ଟିଭିକେ ଲିଡର ବିଜୟ ।

ସୂଚନାଯୋଗ୍ୟ ଯେ ତାମିଲନାଡୁର କରୁର୍‌ରେ ଗତକାଲି ସାଉଥ ଷ୍ଟାର ବିଜୟ ଥାଲାପତିଙ୍କ ଟିଭିକେ ରାଲିରେ ହଠାତ ଅଧିକ ଲୋକ ଯୋଗ ଦେବାରୁ ଦଳାଚକଟା ହୋଇଥିଲା । ଆଉ ଏଥରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଜଣ ଆହତ ହୋଇଥିଲେ ।

ଅନ୍ୟପଟେ ମୃତକଙ୍କ ପାଇଁ ୧୦ ଲକ୍ଷ ଓ ଆହତ ହୋଇଥିବା ଲୋକଙ୍କ ପାଇଁ ୧ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ।