କାଲି ଆଣ୍ଡାମାନ ଛୁଇଁବ ମୌସୁମୀ, ତାତିରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ୍ ଛୁଇଁବ ମୌସୁମୀ । ଏ ନେଇ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ବିଭାଗର ସୂଚନା ଅନୁସାରେ, କାଲି ସୁଦ୍ଧା ମୌସୁମୀ ଦକ୍ଷିଣ ଆଣ୍ଡାମାନ୍ ଛୁଇଁବ । ମୌସୁମୀ ପ୍ରଭାବରେ ଜମ୍ମୁ-କଶ୍ମୀର, ଲଦାଖ, ଗିଲଗିଟ୍, ବାଲତିସ୍ତାନ, ମୁଜାଫରବାଦ୍, ହିମାଞ୍ଚଳ ପ୍ରଦେଶ, ପଞ୍ଜାବ, ହରିୟାଣା ଛତିଶଗଡ଼ ଏବଂ ରାଜସ୍ଥାନରେ ଆଜିଠାରୁ ବର୍ଷା ହେବାର ସମ୍ଭାବାନା ରହିଛି ।

ସେହିପରି ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ସିକ୍କିମ୍ରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ମୋøସୁମୀ ପ୍ରଭାବରେ ଉତ୍ତର-ପୂର୍ବ ଭାରତରେ ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ।
ଚଳିତ ଥର ମୌସୁମୀ ବାୟୁ ଆଗୁଆ ଭାରତ ଛୁଇଁବାକୁ ଯାଉଛି ।

ମୌସୁମୀ ବର୍ଷା ଯୋଗୁ ବିଭିନ୍ନ ରାଜ୍ୟରେ ବର୍ଷା ହେବ । ଯାହାଫଳରେ ଗ୍ରୀଷ୍ମର ପ୍ରବାହର ପ୍ରକୋପ ମଧ୍ୟ କମିବାର ସମ୍ଭାବନା ରହିଛି । ପୂର୍ବରୁ ମୌସୁମୀ ବାୟୁ ୨୭ ତାରିଖରେ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା ।