ରାଜ୍ୟରେ ଟିକାଦାନ ପାଇଁ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ କିପରି ନେବେ ଏହାର ଫାଇଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାଦାନ କେନ୍ଦ୍ର ଯାଇ ଟିକା ନେବାକୁ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଶର୍ଯ୍ୟାଶାୟୀ, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ସରକାର । ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି ଯେ, ‘ଶର୍ଯ୍ୟାଶାୟୀ, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଟିକା ଦିଆଯିବ । ଏଥିପାଇଁ ଗୋଟିଏ ଗୋଟିଏ ମୋବାଇଲ ଟିମ୍ ଗଠନ ହୋଇଛି । ସୂଚନା ପାଇବା ପରେ ମୋବାଇଲ ଟିମ୍ ଘରକୁ ଯାଇ ଟିକା ଦେବେ । ହେଲ୍ପ ଲାଇନ ନମ୍ବରକୁ ଫୋନ୍ କଲେ ସ୍ୱତନ୍ତ୍ର ଟିମ୍ ଘରେ ପହଞ୍ଚିବ । ଏଥିପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।’