ହାତୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ଆଣିବେ ସରକାର, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ହାତୀ ପାଇଁ ଆସିବ ସ୍ୱତନ୍ତ୍ର ନୀତି

ଭୁବନେଶ୍ୱର: ହାତୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ଆଣିବେ ସରକାର। ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାରେ ଏ ନେଇ ଘୋଷଣା ହୋଇଛି। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

ଚନ୍ଦକା ଗୋଡ଼ିବାରିରେ ଗବେଷଣା ପାଇଁ ଖୋଲିଲା ଏହି ସ୍ୱତନ୍ତ୍ର କେନ୍ଦ୍ର। ଗତ ୧୦ ବର୍ଷରେ ୭୫୦ ହାତୀ ପ୍ରାଣ ହରାଇଛନ୍ତି। ହାତୀ-ମଣିଷ ଲଢେଇରେ ଯାଇଛି ୯୦୦ ଜୀବନ।

ଅନେକ ସ୍ଥାନରେ ହାତୀଙ୍କର ଉତ୍ପାତ ମଧ୍ୟ ଦେଖିବାକୁ ମିଳିଛି। ଘରେ ପଶି ଅନେକ ଲୋକଙ୍କର ଜୀବନ ନେଇଛନ୍ତି ହାତୀ। ଗତକାଲି ରାତିରେ ଏମିତି ଏକ ଘଟଣା କେନ୍ଦୁଝରରେ ଦେଖିବାକୁ ମିଳିଛି। ଘରେ ପଶି ବୃଦ୍ଧଙ୍କୁ ମାରିଦେଇଛି ଦନ୍ତା। ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଗାଁରେ ଦନ୍ତାଙ୍କ ଆତଙ୍କ ଦେଖିବାକୁ ମିଳିଛି।

ଘରେ ପଶି ଦାନ-ଚାଉଳ ଖାଇବା ସହ ବୃଦ୍ଧାଙ୍କୁ ଦଳି ମାରିଦେଇଛି ଦନ୍ତା। ଏହି ସବୁ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦଘାଟନ କରି ହାତୀଙ୍କ ପାଇଁ ସ୍ୱତନ୍ତ୍ର ନୀତି ଆସିବା ବିଷୟରେ କହିଛନ୍ତି।