fbpx

ଆରସିବି ସମ୍ମୁଖରେ ୧୪୨ ରନର ବିଜୟ ଲକ୍ଷ୍ୟ

Advertisement

ନୂଆଦିଲ୍ଳୀ: ଆଇପିଏଲର ଚଳିତ ସଂସ୍କରଣର ୫୨ ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ୧୪୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ସନରାଇଜର୍ସ ପକ୍ଷରୁ ଜାସନ ରୟ ସର୍ବାଧିକ ୪୪ ରନ ସଂଗ୍ରହ କରିଥିବା ବେଳେ ହର୍ଷଲ ପଟେଲ ୩୩ ରନ ବ୍ୟୟରେ ୩ଟି ୱିକେଟ ଅକ୍ତିଆର କରିଥିଲେ ।
ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ସନରାଇଜର୍ସ ଜାସନ ରୟ(୪୪) ଓ ଅଭିଷେକ ଶର୍ମା(୧୩)ଙ୍କ ଦ୍ୱାରା ଇନିଂସ ଆରମ୍ଭ କରିଥିଲା । ଶର୍ମା ଦ୍ୱିତୀୟ ଓଭରରେ ୧୩ ରନ କରି ପ୍ୟାଭିଲିୟନ ଫେରିଥିବା ବେଳେ ରୟ ଓ ୱିଲିୟମସନ(୩୧)ଙ୍କ ମଧ୍ୟରେ ୭୦ ରନର ପାର୍ଟନରଶିପ ହୋଇଥିଲା । ରୟ ୩୮ ବଲ ଖେଳି ୫ ଚୌକା ସହିତ ୪୪ ରନ କରିଥିବା ବେଳେ ୱିଲିୟମସନ୍ ୨୯ ବଲରୁ ୪ ଚୌକା ସହିତ ୩୧ ରନ କରିଥିଲେ । ପ୍ରିୟମ ଗର୍ଗ(୧୫) ରିଦ୍ଧିମାନ ସାହା(୧୦) ଏବଂ ଜାସନ ହୋଲ୍ଡର(୧୬)ଙ୍କ ଉପଯୋଗୀ ଅବଦାନ ବଳରେ ସନରାଇଜର୍ସ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୪୧ ରନ କରିଥିଲା । ହର୍ଷଲ ପଟେଲ ୩୩ ରନ ବ୍ୟୟରେ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଡାନିଏଲ କ୍ରିଷ୍ଟିଆନ ୧୪ ରନରେ ଦୁଇଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚହଲ ଓ ଗାର୍ଟନ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.