fbpx

ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ପାଇଁ ହେଲା ଅନୁକୂଳ

ପୁରୀ: ଆଜି ଅକ୍ଷୟ ତୃତୀୟା । ଏହି ଅବସରରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ହୋଇଛି । ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳାରେ ବିଜେ ପରେ ଅନୁକୂଳ କାର୍ଯ୍ୟ ସମାପାନ ହୋଇଛି । ସ୍ତୋତ୍ରୀୟ ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନୀ, ଘଣ୍ଟ, ଶଙ୍ଖ ଏବଂ ହୁଳହୁଳି ମଧ୍ୟରେ ଅନୁକୂଳ ହୋଇଛି ରଥ ନିର୍ମାଣ । ସୁନା ଏବଂ ରୂପାର କୁରାଢୀରେ ରଥକୁ ସ୍ପର୍ଶ କରାଇ ଏହି ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଇଛନ୍ତି ସେବାୟତମାନେ । ପବିତ୍ର ଅକ୍ଷୟ ତୃତୀୟ ତିଥିରେ ରଥ ନିର୍ମାଣର ଅନୁକୂଳ ହେବା ନେଇ ପରମ୍ପରା ରହିଛି । ତେଣୁ ଆଜି ଏହି ପବିତ୍ର ଦିନରେ ଏଭଳି ଏକ ପରମ୍ପରା ମଧ୍ୟ ପାଳନ କରାଯାଇଛି ।

Get real time updates directly on you device, subscribe now.