CHARIDHAM

ଆଜି ରାଜ୍ୟ କ୍ୟାବିନେଟ୍: ୧୨ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ବୈଠକରେ ବହୁ ଗୁରୁ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପାରିତ ହେବାର ସମ୍ଭାବନା ରହିଛି ।

ତେବେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷି, ସ୍ବାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଭଳି ବିଭିନ୍ନ ବିଭାଗର ୧୨ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାକୁ ରହିଛି।

ସୂଚନା ଅନୁଯାୟୀ, ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ କୃଷି ଓ କୃଷକଙ୍କୁ କିଭଳି ଅଧିକ ସଶକ୍ତୀକରଣ କରାଯାଇ ପାରିବ ତାକୁ ନେଇ ବିଭାଗ ପକ୍ଷରୁ ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି। ଏହାସହିତ ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲାଗି ଜଳସମ୍ପଦ ବିଭାଗ ପକ୍ଷରୁ କେତେକ ନିଲାମ ଅଣାଯିବାକୁ ରହିଥିବାବେଳେ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତାବମାନ ଆସିବ। ଏହାସହିତ କେତେକ ବିଭାଗର କ୍ୟାଡର ସଂଶୋଧନ ସରକାର ଆଣିବାକୁ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।