fbpx

ନବୀନଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ: ଏହି ନେତାଙ୍କୁ ମିଳିପାରେ ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନବୀନଙ୍କ ମନ୍ତ୍ରିମଣ୍ଡଳରୁ ସବୁ ମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ନେଇ ଜୋରଦାର ଚର୍ଚ୍ଚା ହେଉଛି । ନୂଆ ମନ୍ତ୍ରିମଣ୍ଡଳରେ କେଉଁ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ୱ ମିିଳିବ ତଥା କେଉଁ ନୂଆ ମୁହଁଙ୍କୁ ମନ୍ତ୍ରୀମଣ୍ଡଳରେ ଦେଖିବାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ସେପଟେ ରବିବାର ନୂଆମନ୍ତ୍ରିମଣ୍ଡଳ ଗଠନ ହେବା ସହ ଦିନ ୧୧ ଟା ୪୫ ରେ ନୂଆ ମନ୍ତ୍ରୀ ଶପଥ ନେବେ । ଲୋକସେବା କନଭେନସନ ହଲରେ ନୂଆ ମନ୍ତ୍ରୀ ଶପଥ ନେବେ ।

ଏହାରି ମଧ୍ୟରେ ନୂଆ ମନ୍ତ୍ରିଙ୍କୁ ନେଇ ମଧ୍ୟ କଳ୍ପନାଜଳ୍ପନା ଜାରି ରହିଛି । ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ କେନ୍ଦ୍ରାପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ମୟୂରଭଞ୍ଜରୁ ବାସନ୍ତୀ ହେମ୍ବ୍ରମ୍, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ଗଞ୍ଜାମରୁ ଲତିକା ପ୍ରଧାନ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର ରହିଛନ୍ତି । ସେହିପରି ଯାଜପୁରରୁ ପ୍ରୀତିରଞ୍ଜନ ଘଡ଼େଇ, ସମ୍ବଲପୁରରୁ ରୋହିତ ପୂଜାରୀ, ପୁରୀରୁ ରୁଦ୍ର ମହାରଥୀ, ନବରଙ୍ଗପୁରରରୁ ମନୋହର ରାନ୍ଧାରୀ, ଭଦ୍ରକରୁ ବ୍ୟୋମକେଶ ରାୟଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.