fbpx

ଉଦ୍ଧାର ହେଲା ଚୋରି ହୋଇଥିବା ନବଜାତ ଶିଶୁ, ସନ୍ଦିଗ୍ଧ ମହିଳାଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି

ବାଲେଶ୍ୱର: ଆଜି ସକାଳୁ ଜଳେଶ୍ୱରରୁ ଚୋରି ହୋଇଥିବା ନବଜାତ ଶିଶ ପୁତ୍ରକୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ବର୍ତ୍ତମାନ ଉଦ୍ଧାର ହୋଇଥିବା ଶିଶୁପୁତ୍ର ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି । ଅପରପକ୍ଷରେ ଏହି ଶିଶୁ ଚୋରି ଘଟଣାରେ ସମ୍ପୃକ୍ତ ଥିବା ମହିଳାଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି ।

ସୂଚନାରୁ ପ୍ରକାଶ ନିକଟରେ ବାଲେଶ୍ୱର ମେଡିକାଲରୁ ହଠାତ ନବଜାତ ଶିଶୁଟି ଚୋରି ହୋଇଥିବା ନେଇ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ପକ୍ଷରୁ ଏକ ଅଭିଯୋଗ ହୋଇଥିଲା । ବାଲିଆପାଳ ବ୍ଲକର କୁଲ୍ଲାଚଡ଼ ଗାଁର ଅନୀତା ଦଣ୍ଡପାଟଙ୍କ ଶିଶୁପୁତ୍ର ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଖବର ପାଇ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଥିଲା । ତେବେ ୨ ମାସ ତଳେ ଉକ୍ତ ହସ୍ପିଟାଲରୁ ଶିଶୁ ଚୋରି ହୋଇଥିବା ଘଟଣା ପ୍ରକାଶ ।

Get real time updates directly on you device, subscribe now.