fbpx

ପ୍ରକୃତିର ଅଜବ ଦୃଶ୍ୟ! ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ: ବିଶ୍ୱାସ ନ ହେଲେ ବି ସତ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାପ ଏକଂ ଜ୍ଞାନ କୌଶଳ ସଫଳତାର ଶିଖର ଛୁଇଁଛି । ଅତି ସହଜରେ ବୁଦ୍ଧି ଏବଂ ମେସିନର ସହାୟତାରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ବୈଜ୍ଞାନିକ । ଚନ୍ଦ୍ରଯାନ-୩ର ସଫଳ ଲାଣ୍ଡିଂ ଏବଂ ଆଦିତ୍ୟ ଏଲ-୧ର ଉତକ୍ଷେପଣ ଭାରତୀୟ ବୈଜ୍ଞାନିକଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଉଦାହରଣ । ସେହିଭଳି ଏକ ଆବିଷ୍କାର କରିଛନ୍ତି ଜଣେ ବୈଜ୍ଞାନିକ । ଗୋଟିଏ ଗଛରେ ପ୍ରାୟ ୪୦ ପ୍ରକାରର ଫଳ ଧରିଥିବା ଦେଖିବାକୁ ମିଳିଛି ।

ବୈଜ୍ଞାନିକମାନେ ରିସର୍ଚ୍ଚ କରିବା ସହ ବିଭିନ୍ନ ଟେକନିକ୍ ପ୍ରୟୋଗ କରି ବହୁ ଅବିଶ୍ୱସନୀୟ ଜିନିଷ ଖୋଜି ବାହାର କରିଛନ୍ତି । ଏହି କ୍ରମରେ ନ୍ୟୁୟର୍କ ସେରାକୁଜ୍ ୟୁନିଭର୍ସିଟିର ପ୍ରଫେସର ସାମ୍ ଭନ୍ ଏକିନ୍ ଏଭଳି ଏକ ଗଛର ଅନୁସନ୍ଧାନ କରିଛନ୍ତି, ଯେଉଁଥିରେ ୪୦ ପ୍ରକାର ଫଳ ଫଳୁଛି । କଥାଟି ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ବି ସତ । ଗୋଟିଏ ଗଛରେ କେବଳ ଗୋଟିଏ ପ୍ରକାର ଫଳ ହିଁ ଫଳିବ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଗ୍ରାଫ୍ଟିଙ୍ଗ୍ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଗୋଟିଏ ଗଛରେ ଏକାଧିକ ପ୍ରକାର ଫଳ ଫଳାଇବା ଭଳି ଅଦ୍ଭୁତ ସଫଳତା ହାସଲ କରିଛନ୍ତି ପ୍ରଫେର୍ସ ସାମ୍ । ଏହି ଗଛରେ ନାମ ‘ଟ୍ରି ଅଫ୍ ୪୦’ ଦିଆଯାଇଛି । ଏଥିରେ ବିଭିନ୍ନ ପ୍ରକାର କୋଳି ସହ ଦେଶୀଆଳୁ, ଆପ୍ରିକଟ୍ ଓ ଚେରୀ ଆଦି ୪୦ ପ୍ରକାର ଫଳ ଫଳୁଛି । ପ୍ରଫେସର ସାମ୍ ଜଣେ ଚାଷୀ ପରିବାରର ପିଲା ହୋଇଥିବାରୁ ଚାଷ କ୍ଷେତ୍ରରେ କିଛି ନୂଆ କରି ଦେଖାଇବା ପାଇଁ ପିଲାବେଳୁ ତାଙ୍କର ଦୃଢ଼ ଇଚ୍ଛା ଥିଲା । ସେ ଏହି ‘ଟ୍ରି ଅଫ୍ ୪୦’ ଗଛ ଉପରେ ୨୦୦୮ରୁ କାମ କରୁଛନ୍ତି ।

ଏ ସମ୍ପର୍କରେ ପ୍ରଫେସର ସାମ୍ କୁହନ୍ତି, ନ୍ୟୁୟର୍କର ଷ୍ଟେଟ୍ ଏଗ୍ରିକଲ୍ଚରାଲ୍ ଏକ୍ପେରିମେଣ୍ଟ କରୁଥିବା ସମୟରେ ପାଖରେ ଥିବା ଏକ ବଗିଚା ଉପରେ ତାଙ୍କ ନଜର ପଡ଼ିଥିଲା । ସେହି ବଗିଚାରେ ବିଭିନ୍ନ ପ୍ରକାର ଫଳ ଗଛ ଲାଗିଥିଲା । ଫଣ୍ଡିଂ ଅଭାବରୁ ବଗିଚାଟି ଧ୍ୱଂସ ପ୍ରାୟ ହୋଇପଡ଼ିଥିବା ବେଳେ ସେଠାରେ କାମ କରୁଥିବା ମାଳୀ ମଧ୍ୟ କାମ ଛାଡ଼ି ଚାଲିଯାଇଥିଲେ । ତେବେ ପ୍ରଫେର୍ସ ସାମ୍ ବଗିଚାଟିକୁ ଲିଜ୍ ସୂତ୍ରରେ ନେଇ ଗ୍ରାଫ୍ଟିଙ୍ଗ୍ ଟେକ୍ନିକ୍ ସାହାଯ୍ୟରେ ଗବେଷଣା ଆରମ୍ଭ କରିଥିଲେ ।

Get real time updates directly on you device, subscribe now.