fbpx

ବାଃ ରେ ବନ୍ଧୁ ପ୍ରେମ! ଲକ୍-ଡାଉନ୍ ବେଳେ ସାଙ୍ଗକୁ ସୁଟକେସରେ ପୁରାଇ ଆଣିଲା ଛାତ୍ର

Advertisement

ମାଙ୍ଗାଲୁର,୧୩ ।୪: କରୋନେ ଭାଇରସ୍ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ଲୋକଙ୍କୁ ଘରେ ରହିବାକୁ ଆଦେଶ ଦିଆଯାଇଛି । ଏହାରି ମଧ୍ୟରେ ମାଙ୍ଗାଲୁର ପୋଲିସ ଜଣେ ଛାତ୍ରକୁ ଧରିଛନ୍ତି, ଯେ ନିଜ ବନ୍ଧୁକୁ ସୁଟକେସରେ ପୁରାଇ ଆପାର୍ଟମେଣ୍ଟ ଆଣିବାକୁ ପ୍ରୟାସ କରୁଥିଲା ।

ତେବେ ଦେଶରେ ଲାଗୁ ହୋଇଥିବା ଲକ୍-ଡାଉନ୍ ଓ କରୋନା ଡରରେ ଆପାର୍ଟମେଣ୍ଟରେ ବାହାର ବ୍ୟକ୍ତିଙ୍କୁ ଆଣିବାକୁ ମନା ହୋଇଛି । ଏନେଇ ଜଣେ ୧୭ ବର୍ଷର ଛାତ୍ର ନିଜ ସାଙ୍ଗକୁ ରୁମକୁ ଆଣିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଥିଲା । ସିକ୍ୟୁରିଟି ଆଖିରେ ଧୂଳି ଦେଇ ଛାତ୍ରଜଣକ ନିଜ ସାଙ୍ଗକୁ ସୁଟକେସରେ ପୁରାଇ ଆପାର୍ଟମେଣ୍ଟକୁ ଆଣିଥିଲା । କିନ୍ତୁ ବଡ ସୁଟକେସକୁ ଦେଖି ସିକ୍ୟୁରିଟି ମନରେ ସନ୍ଦେହ ହୋଇଥିଲା ଓ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସମସ୍ତ ଘଟଣା ସାମନାକୁ ଆସିଥିଲା । ଏନେଇ ଆପାର୍ଟମେଣ୍ଟ ସଂଘ ପକ୍ଷରୁ ୧୭ ବର୍ଷୀୟ ଛାତ୍ର ନାଁରେ ଏତଲା ଦିଆଯାଇଛି । ଖୁବଶୀଘ୍ର ସେମାନଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ ।

Get real time updates directly on you device, subscribe now.