fbpx

ପ୍ରବଳ ଗରମରେ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Advertisement

ନରସିଂହପୁର: ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । ଏହି ପ୍ରବଳ ଗରମ ଯୋଗୁଁ ନରସିଂହପୁରରେ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅନନ୍ତ ନାରାୟଣ ହାଇସ୍କୁଲର ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖାଇ ସାରିବା ପରେ ଛାତ୍ରୀ ଜଣକ ଅସୁସ୍ଥ ହୋଇପଡିଛନ୍ତି । ଗୁରୁତର ଛାତ୍ରୀଙ୍କୁ ଅମ୍ବୁଲାନ୍ସ ଯୋଗେ ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ରାଜ୍ୟରେ ଜାରି ରହିଛି ଅସହ୍ୟ ଗୁଳୁଗୁଳି ଓ ଗରମ । ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି ଯେ, ପାଣିପାଗ ଦେଖି ଜିଲ୍ଲାପଳ ନିଷ୍ପତ୍ତି ନେଇପାରିବେ । ଜିଲ୍ଲାପାଳମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ସ୍କୁଲ କେମିତି ଖୋଲିବ ସେ ନେଇ ନିଷ୍ପତ୍ତି ନିଆଯିବ । ବିଭାଗୀୟ ଅଧିକାରୀଙ୍କ ସହ ଅଲୋଚନା ପରେ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.