fbpx

ସାମାଜିକ ବିଜ୍ଞାନ ପରୀକ୍ଷାରେ ବିବାହର ଏଭଳି ସଂଜ୍ଞା ଲେଖିଲେ ଛାତ୍ର: ଉତ୍ତର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଶିକ୍ଷକ

ଓଡିଶା ଭାସ୍କର: ଯେତେବେଳେ ସ୍କୁଲ ବେଳର କଥା ମନେପଡ଼େ ସେତେବେଳେ ଅତୀତରେ ବିତିଥିବା ହସ-ମଜା କଥା ମନେପଡ଼େ । ସେମିତି ଏକ ମଜାଳିଆ କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖି ଆପଣ ବି ହସିବାକୁ ଲାଗିବେ । ବାସ୍ତବରେ ଜଣେ ଛାତ୍ର ସାମାଜିକ ବିଜ୍ଞାନ ପରୀକ୍ଷାରେ ବିବାହକୁ ନେଇ ଏଭଳି ଅଜବ ସଂଜ୍ଞା ଲେଖିଥିଲେ, ଯାହାକୁ ଦେଖିବା ପରେ ଶିକ୍ଷକ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିକ୍ଷକ ଏ ନେଇ ଛାତ୍ରଙ୍କୁ କୌଣସି ନମ୍ବର ଦେଇନଥିଲେ । ଦଶ ନମ୍ବର ବଶିଷ୍ଟ ଏହି ପ୍ରଶ୍ନର ଉତ୍ତରରେ ଛାତ୍ର ଜଣକ ଲେଖିଥିଲେ, ” ବିବାହ ପାଇଁ ଝିଅର ପିତାମାତା ତାଙ୍କୁ କୁହନ୍ତି ଯେ ତୁମେ ବଡ଼ ହୋଇଗଲଣି । ଆମେ ଆଉ ତୁମକୁ ଖାଇବାକୁ ଦେଇପାରିବୁ ନାହିଁ । ଭଲ ଏୟା ହେବ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜ ଯିଏ ତୁମର ଧ୍ୟାନ ରଖିପାରିବ ଏବଂ ତା’ପରେ ସେ ଏପରି ଏକ ପୁଅକୁ ଭେଟିଥାଏ । ଯାହା ସହ ତାଙ୍କ ପିତାମାତା ବିବାହ କରାଇବାକୁ ଚାହାଁନ୍ତି ” ।

ଛାତ୍ରଙ୍କ ଏହି ଉତ୍ତର ଦେଖିବା ପରେ ଶିକ୍ଷକ ତାଙ୍କୁ ଉତ୍ତର ଖାତାରେ ୧୦ରୁ ୦ ମାର୍କ ଦେଇଛନ୍ତି। ଖାଲି ସେତିକି ନୁହେଁ, ଶିକ୍ଷକ ଉତ୍ତର ଖାତାରେ କ୍ରୋଧିତ ଭାବରେ ଲେଖିଛନ୍ତି, “ତୁମେ ମୋତେ ଦେଖା କର” ଏହି ପୋଷ୍ଟକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ @srpdaa ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାର କ୍ୟାପସନରେ ଲେଖାଯାଇଛି, ‘ବିବାହ କ’ଣ? ଏହି ପୋଷ୍ଟକୁ ଗତ ବର୍ଷ ସେୟାର କରାଯାଇଥିଲା, ଯାହାକୁ ଏପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକ ପସନ୍ଦ କରିସାରିଲେଣି । ଖାଲି ସେତିକି ନୁହେଁ ଲୋକମାନେ ପୋଷ୍ଟରେ କମେଣ୍ଟ ନିଜର ମତାମତ ଦେଉଛନ୍ତି ।

Get real time updates directly on you device, subscribe now.