fbpx

ରେଲୱେ ନିଯୁକ୍ତି ନେଇ ହଙ୍ଗାମା: ଟ୍ରେନ ବଗିରେ ନିଆଁ ଲଗାଇଲେ ଛାତ୍ର, ଦେଖନ୍ତୁ ଭିଡ଼ିଓ

ପାଟନା: ବିହାର ଗୟାରେ ରେଳୱେ ନିଯୁକ୍ତିରେ ଅନିୟମିତତାକୁ ନେଇ ଛାତ୍ରମାନେ ପ୍ରଦର୍ଶନ କରିଛନ୍ତି । ଏଥିରେ କିଛି ପ୍ରଦର୍ଶନକାରୀ ଛାତ୍ରମାନେ ବିରୋଧସ୍ୱରୂପ ଟ୍ରେନ ବଗିରେ ନିଆଁ ଲଗାଇଥିବା ଜଣାପଡିଛି । ଚାଲୁଥିବା ଟ୍ରେନ ଉପରକୁ ପଥରମାଡ଼ କରିଛନ୍ତି ଛାତ୍ର । ଏହା ସହ ଛାତ୍ରମାନେ ଶ୍ରମଜୀବୀ ଏକ୍ସପ୍ରେସକୁ ମଧ୍ୟ କ୍ଷତି ପହଞ୍ଚାଇଛନ୍ତି । ରେଲୱେ ପରୀକ୍ଷାରେ ଅନିୟମିତତାକୁ ନେଇ ହଙ୍ଗାମା ହୋଇଛି ।

ଏହି ମାମଲାରେ ଏସଏସପି ଆଦିତ୍ୟ କୁମାର କହିଛନ୍ତି ଯେ, ‘ଛାତ୍ରମାନେ କାହା କଥାରେ ଭାସିଯାଅନି । ରେଲୱେ ଏକ କମିଟି ଗଠନ କରିଛି, ଯିଏ କି ଏହାର ତଦନ୍ତ କରିବ । କିଛି ଛାତ୍ରଙ୍କୁ ଚିହ୍ନଟ କରାଯାଇଛି । ଏହି ସମ୍ବନ୍ଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ଅନ୍ୟପଟେ ଛାତ୍ରଙ୍କ ଆନ୍ଦୋଳନ ଦେଖି ରେଲୱେର ୨ଟି ପରୀକ୍ଷା ଏନଟିପିଏସ ଓ ଲେଭଲ-୧ ଉପରେ ରୋକ୍ ଲଗାଇଛି ରେଳ ମନ୍ତ୍ରଣାଳୟ ।

Get real time updates directly on you device, subscribe now.