fbpx

ଏଣିକି ଫାଣ୍ଡି ଦାୟିତ୍ୱରେ ରହିବେ SI, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟରେ ୨୧୬ଟି ପୋଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସବ୍ ଇନ୍ସପେକ୍ଟର । ଏ ସମ୍ପର୍କୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ସହକାରୀ ସବ୍ ଇନ୍ସପେକ୍ଟରମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ । କମିଶନରେଟ୍ ପୋଲିସ, ଜିଲ୍ଲା ପୋଲିସ ସମେତ ରେଲୱେ ପୋଲିସ ଫାଣ୍ଡି ଦାୟିତ୍ୱରେ ରହିବେ ଏସଆଇ ।

ଏହି ପ୍ରସ୍ତାବକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘ଏସଆଇମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନରେ ସେମାନଙ୍କ ଦକ୍ଷତା ସହାୟକ ହେବ । ଫାଣ୍ଡିସ୍ତରରେ ଅପରାଧ ନିୟନ୍ତ୍ରଣରେ ବିଶେଷ ସହାୟକ ହେବ ।’

Get real time updates directly on you device, subscribe now.