‘ପ୍ରଳୟ-6’ ମିସାଇଲର ସଫଳ ପରୀକ୍ଷଣ, ବିକଶିତ ପ୍ରଳୟର ଲକ୍ଷ୍ୟଭେଦ କ୍ଷମତା ୫ଶହ କିଲୋମିଟର
ପ୍ରଳୟ-୬ ମିସାଇଲର ସଫଳ ବ୍ୟାବହାରିକ ପରୀକ୍ଷଣ । ଏହି ମିସାଇଲ ଡିଆରଡିଓ ଦ୍ୱାରା ବିକଶିତ ହୋଇଛି ।
ବାଲେଶ୍ବର: ପ୍ରଳୟ-୬ ମିସାଇଲର ସଫଳ ବ୍ୟାବହାରିକ ପରୀକ୍ଷଣ । ଭାରତ ନିଜର ସ୍ୱଳ୍ପ ଦୂରଗାମୀ ଆକ୍ରମଣ କ୍ଷମତାକୁ ମଜବୁତ କରି ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲ ଡିଆରଡିଓ ଦ୍ୱାରା ବିକଶିତ ହୋଇଛି ।
ଗତକାଲି ସକାଳ ୯ଟା୩୫ରେ ବାଲେଶ୍ବର ଅବଦୁଲ କାଲାମ ଦ୍ୱୀପରୁ ଉତକ୍ଷେପଣ କରାଯାଇଛି । ୧୫୦-୫୦୦ କିଲୋମିଟର ପରିସର ସହିତ ଏହା ଉନ୍ନତ ନାଭିଗେସନ ସିଷ୍ଟମରେ ସଜ୍ଜିତ, ଯାହା ସଠିକ ଭାବେ ସ୍ଥଳ-ସ୍ଥଳ ଲକ୍ଷ୍ୟଭେଦ ପାଇଁ ଡିଜାଇନ କରାଯାଇଛି । ଏହା ଭାରତୀୟ ସେନାର କ୍ୱାସି-ବାଲିଷ୍ଟିକ ମିସାଇଲ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବ ।